ଭଲ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ
ମ.ରାମପୁର : ଆଜି ବି ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଯାହାଫଳରେ ଖଟିଆରେ ବୁହା ହେଲେ ରୋଗୀ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ଆଜି ସକାଳେ। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଲୁବେନଗଡ ପଞ୍ଚାୟତର ପୁଇଝୁରୀ ଗାଁରେ। ଏହି ଗାଁର ଜରଲୀ ମାଝୀ ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ହେଲେ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇନଥିଲା। ତେଣୁ ବାଧ୍ୟହୋଇ ସେହି ଗାଁର କିଛି ଲୋକ ଖଟିଆରେ ତାଙ୍କୁ ନିକଟସ୍ଥ ଉରଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେଣୁ ଭଲ ରାସ୍ତା ଖଣ୍ଡେ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଆଉ ମାତ୍ର ୫ ଦିନ ପରେ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶି ହେବେ ଭାଗ୍ୟଶାଳୀ..
Comments are closed.