www.samajalive.in
Sunday, December 14, 2025
23.1 C
Bhubaneswar

ସ୍କ୍ରବ୍ ଟାଇଫସରେ ଜଣଙ୍କର ମୃତ୍ୟୁ ପରେ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ

ଡେସ୍କ: ସ୍କ୍ରବ୍ ଟାଇଫସରେ ଜଣଙ୍କର ମୃତ୍ୟୁ ହେବା ପରେ କଟକ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ୬୦ ଜଣ ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରିଛି। କିଛି ଦିନ ତଳେ ସ୍ଥାନୀୟ ଅଁଳୋ ଠାରେ ଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ମାତ୍ର ସ୍ଥିତିରେ ସୁଧାର ନହେବାରୁ ତାଙ୍କୁ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣା ଯାଇଥିବା ବେଳେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପ୍ରଚାରିତ ହେବା ଜିଲ୍ଲା ମେଡିକାଲ୍ ଟିମ୍ ଓ ନିଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଟିମ୍ ଅଁଳୋ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଁଳୋ ଗ୍ରାମର ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ତେବେ ସାଧୁ ପ୍ରଭାକର ଗତ କିଛି ଦିନ ହେବ ନୟାଗଡ ଯାଇଥିଲେ। ସେଠାରୁ ଫେରି ସାଧୁ ପ୍ରଭାକର ଅସୁସ୍ଥ ହୋଇ ପଡିଥିଲେ ବୋଲି ଜଣାପଡିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories