www.samajalive.in
Sunday, December 7, 2025
16.1 C
Bhubaneswar

ଅନାସ୍ଥାରେ କଟିଲେ ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଅନାସ୍ଥାରେ ପରାଜିତ ହୋଇଛନ୍ତି। ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କ ତତ୍ୱାବଧାନରେ ଶୁକ୍ରବାର ଏହି ଭୋଟିଂ ପ୍ରକ୍ରିୟା ଚାଲିଥିଲା। ୧୦ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବାବେଳେ ୮ନଂ କାଉନସିଲର ସୁଚିସ୍ମିତା ବେହେରା ବିପକ୍ଷରେ ମତ ଦେଇଛନ୍ତି। ସେହିପରି ୭ନଂଓ ୧୩ନଂ କାଉନସିଲର ଏହି ଭୋଟିଂରେ ଅଂଶଗ୍ରହଣ କରି ନଥିଲେ, ଯେଉଁଥିପାଇଁ ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ ଅନାସ୍ଥାରେ ପରାଜିତ ହୋଇଛନ୍ତି। ଅପରପକ୍ଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏହାକୁ ଧର୍ମର ଜୟ ବୋଲି କହିଛନ୍ତି। ବିଜୟୀ ପରେ ବିଜେପି ସମର୍ଥକମାନେ ବାଣ ଫୁଟାଇ ଜୟ ବିଜେପି ଜୟ ଶ୍ରୀରାମ ନାରା ଦେଉଥିବା ପରିଲକ୍ଷିତ ହୋଇଛି।

ବାଲେଶ୍ୱର ଜିଲାର ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାପରେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଅଧ୍ୟକ୍ଷା ପୁଣିଥରେ ହାଇକୋର୍ଟରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ଅମ୍ବିକା ଦାସ ନିଜ ଦାୟିତ୍ୱରେ ଅବହେଳା କରିବା, ୱାର୍ଡ଼ ପ୍ରତି ପକ୍ଷପାତିତା କରୁଥିବା ନେଇ ପୂର୍ବରୁ ୧୧ଜଣ କାଉନସିଲର ଅଭିଯୋଗ କରିଥିଲେ। ଏପରିକି କାଉନସିଲରମାନେ ଅନାସ୍ଥା ନେଇ ଜିଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ଗତ ଅଗଷ୍ଟ ୧୩ରେ ଅଧ୍ୟକ୍ଷା ଡବ୍ଲ୍ୟୁପିସି ନଂ ୧୯୬୬୯/୨୪ମୂଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ଦେଇଥିଲେ। ପୁଣିଥରେ ବାଲେଶ୍ୱର ଜିଲାପାଳ ସମସ୍ତ ପ୍ରସଙ୍ଗକୁ ଭିତ୍ତିକରି କିଛିଦିନ ପୂର୍ବେ ବିଜ୍ଞପ୍ତି ପ୍ରକାଶ କରି ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନୋଟିସ ଜାରି କରିଥିଲେ। ୨୭ ତାରିଖ ନୀଳଗିରି ଏନ୍‍ଏସି ସଭାଗୃହରେ ଭୋଟିଂ ହୋଇଥିଲା ଏବଂ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା, ୧୨ଟା ୧୦ରେ ମତଦାନ, ୧୨ଟା ୩୦ରେ ଫଳାଫଳ ଘୋଷଣା କରାଯାଇଥିଲା। ଜିଲାପାଳଙ୍କ ଏହି ବିଜ୍ଞପ୍ତିକୁ ନେଇ ଅଧ୍ୟକ୍ଷା ଅମ୍ବିକା ଦାସ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories