www.samajalive.in
Monday, December 8, 2025
27.1 C
Bhubaneswar

ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..

ବର୍ତ୍ତମାନ ପିତୃପକ୍ଷ ଚାଲୁଛି । ମାନ୍ୟତା ଅନୁଯାୟୀ, ଏହି ସମୟରେ ଦାନ ଦେବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ପିତୃପକ୍ଷରେ ଦାନ ଦେଲେ ଅନେକ ଜନ୍ମ ପର୍ଯ୍ୟନ୍ତ ଏହାର ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି କାରଣରୁ ଏହି ସମୟରେ ବିଶେଷ ଭାବେ ଦାନ ଦିଆଯାଏ ।

ପିତୃପକ୍ଷ ସମୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତଥା ପିଣ୍ଡଦାନ ପାଇଁ ମହତ୍ତ୍ୱପୂର୍ଣ୍ଣ । ଏହି ସମୟରେ ଦାନ କଲେ ଏହାର ମହତ୍ତ୍ୱ ଖୁବ୍‌ ଅଧିକ ହୁଏ । ମାତ୍ର ଏଭଳି କେତେକ ଜିନିଷ ରହିଛି ଯାହାକୁ ଆଦୌ ଦାନ କରିବା ଉଚିତ୍‌ ନୁହେଁ ।

‘ସୁଭଦ୍ରା’ ପାଇଁ ବଡ ଖବର ; କେବେ ମିଳିବ ଟଙ୍କା, ଆଜି ତାରିଖ କହିବେ ଉପମୁଖ୍ୟମନ୍ତ୍ରୀ!

- Advertisement -

ପିତୃପକ୍ଷରେ ଶ୍ରାଦ୍ଧ, ପିଣ୍ଡଦାନ ସହ ଦାନର ଖୁବ୍‌ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ, ଏହି ସମୟରେ ଅନ୍ନ, ଜଳ, ବସ୍ତ୍ର ଆଦି ଦାନ ଦିଆଯାଏ । ଏଭଳି କେତେକ ଜିନିଷ ରହିଛି, ଯାହାକୁ ପିତୃପକ୍ଷରେ ଦାନ କରିବା ଉଚିତ୍‌ ନୁହେଁ । ଏସବୁ ଦାନ କଲେ, ବ୍ୟକ୍ତି କାଙ୍ଗାଳ ହୋଇ ଯାଆନ୍ତି । ଜାଣନ୍ତୁ..

ଲୁଣ- ପିତୃପକ୍ଷରେ ଭୁଲ୍‌ରେ ମଧ୍ୟ ଲୁଣ ଦାନ କରନ୍ତୁ ନାହିଁ । ଏପରି କଲେ ପୂର୍ବପୁରୁଷଙ୍କ ଆତ୍ମା ଶାନ୍ତି ପାଏ ନାହିଁ । ଶନିଙ୍କ କୁପ୍ରଭାବ ମଧ୍ୟ ପଡିଥାଏ ।

ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..

ଝାଡୁ- ଝାଡୁ ମଧ୍ୟ ଦାନ କରନ୍ତୁ ନାହିଁ । ଏହାଦ୍ୱାରା ଧନ ସହ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ଘରକୁ ଝାଡୁ ମଧ୍ୟ କିଣି ଆଣନ୍ତୁ ନାହିଁ ।

ସୋରିଷ ତେଲ – ଏହି ସମୟରେ ସୋରିଷ ତେଲ ମଧ୍ୟ କିଣନ୍ତୁ ନାହିଁ କି ଦାନ କରନ୍ତୁ ନାହିଁ । ଏହାଦ୍ୱାରା ପୂର୍ବପୁରୁଷ ଅସନ୍ତୁଷ୍ଟ ହୋଇ ଥାଆନ୍ତି।

ଲୁହା ବାସନ- ଏହି ସମୟରେ ଲୁହା ବାସନ କିମ୍ବା ଭଙ୍ଗାତୁଟା ବାସନକୁ ଦାନରେ ଦିଅନ୍ତୁ ନାହିଁ । ଲୁହା ଦାନ କଲେ ପିତୃଦୋଷ ଲାଗିଥାଏ ।

ଲାଲ କବାଟ.. ଆଉ ଥରେ ମଞ୍ଜୁଲିକା ‘ଭୁଲ୍‌ ଭୁଲୈୟା ୩’ର ଟିଜର ହେଲା ରିଲିଜ୍‌, ଦୀପାବଳିରେ କରିବ ଧମାକା..

ପୋଷାକ ଦାନ – ପୋଷାକ ଦାନ ଦେଇପାରିବେ। ମାତ୍ର ପୁରୁଣା କିମ୍ବା ଅସନା, ଛିଣ୍ଡା ପୋଷାକ ଆଦୌ ଦାନ ଦିଅନ୍ତୁ ନାହିଁ। ଏହାସହ ପୁରୁଣା ଜୋତା-ଚପଲ ମଧ୍ୟ ଦାନ ଦିଅନ୍ତୁ ନାହିଁ। ଏହାଦ୍ୱାରା ଗ୍ରହଙ୍କ କୁପ୍ରଭାବ ବିଶେଷ କରି ରାହୁଙ୍କ କୁପ୍ରଭାବ ପଡିଥାଏ।

 

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories