www.samajalive.in
Sunday, December 14, 2025
19.1 C
Bhubaneswar

ଧଣିଆଁ ଓ ଲଙ୍କା ଚାଷୀଙ୍କୁ ଉଦ୍ୟାନ ବିଭାଗର ପ୍ରୋତ୍ସାହନ

ପାଟଣା: ଘଟଗାଁ ବ୍ଲକ ଅଞ୍ଚଳରେ ଧଣିଆଁ ଓ ଲଙ୍କା ଚାଷୀଙ୍କୁ ଉଦ୍ୟାନ ବିଭାଗ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସୂଚନା ଦେଇଛି। ଚାଷୀମାନେ ନିଜ ୫୦ ଡିସିମିଲ ଜମିରେ ଉଦ୍ୟାନ ବିଭାଗରୁ ୩କେଜି ଧଣିଆଁ ବିହନ ନେଇ ଚାଷ କଲେ ଚାଷୀଙ୍କୁ ୨୩ ଶହ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ବୋଲି ସୂଚନା ଦିଆଯାଇଛି। ଚାଷୀ ମାନଙ୍କୁ ଧଣିଆଁ ବିହନ ପାଇଁ ୪୧୦ ଟଙ୍କା ବିଭାଗକୁ ଦେବାକୁ ପଡ଼ିବ । ସେହିପରି ୫୦ ଡିସିମିଲ ଜମିରେ ୨ ଶହ ଗ୍ରାମ ଉନ୍ନତ ମାନର ଲଙ୍କା ବିହନ ନେଇ ଚାଷ କଲେ ଚାଷୀ ମାନଙ୍କୁ ୪୭ ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ତେବେ ଲଙ୍କା ବିହନ ପାଇଁ ଚାଷୀଙ୍କୁ ୨୨୩ ଟଙ୍କା ଦେବାକୁ ପଡିବ। ସେହିପରି ଜମିରୁ ପନିପରିବା ସଂଗ୍ରହ ପାଇଁ ରିହାତି ମୂଲ୍ୟ ମାତ୍ର ୫୫ ଟଙ୍କା ମୂଲ୍ୟରେ ପ୍ଲାଷ୍ଟିକ କ୍ରେଟ୍ ଉଦ୍ୟାନ ବିଭାଗ ଚାଷୀ ମାନଙ୍କୁ ଯୋଗାଇ ଦେବ ବୋଲି ଘଟଗାଁ ବ୍ଲକ ସ୍ଥିତ ଉଦ୍ୟାନ ବିଭାଗ ଟିକିରା ନର୍ସରୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories