www.samajalive.in
Sunday, December 7, 2025
26.1 C
Bhubaneswar

ପୁଅ ହତ୍ୟାକାରୀକୁ ଗିରଫ ଦାବିରେ ବାପା, ମା’ ଓ ଭଉଣୀର ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ଡେସ୍କ: ମୃତ ପୁଅର ହତ୍ୟାକାରି ମାନଙ୍କୁ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ଜିଲ୍ଲା ସାଲେପୁର ଥାନା ସମ୍ମୁଖରେ ବାପା, ମା’ ଓ ଭଉଣୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ଇତି ମଧ୍ୟରେ ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ପରିବାର ଲୋକେ ଧାରଣା ଦେଇଛନ୍ତି।


ସୂଚନା ଅନୁଯାୟୀ, କିଶନ ନଗର ଅଂଚଳର ମୁଗୁରିଆ ଗ୍ରାମର ବିଶ୍ଵଜିତ ମହାନ୍ତି ନାମକ ଯୁବକ ସାଲେପୁରର ଏକ ଆଇଟିସି ନାମକ ଘରୋଇ ବ୍ୟବସାୟିକ ସଂସ୍ଥାରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ଚଳିତ ମାସ ୧୧ ତାରିଖରୁ ସେ ନିଖୋଜ ଥିଲେ।ପରବର୍ତ୍ତି ଅବସ୍ଥାରେ ତାଙ୍କ କ୍ଷତାକ୍ତ ମୃତ ଦେହ ନିଶ୍ଚିନ୍ତକୋଇଲିର ଆଠ ନମ୍ବର କେନାଲରୁ ମିଳିଥିଲା। ଘଟଣା ଘଟିବାର ୧୩ ଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ପୁଲିସ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ପରିବାର ସଦସ୍ୟ ଓ ଗ୍ରାମବାସୀ ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories