କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରକାରୀ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ କରିବା ନିମନ୍ତେ ପୁନର୍ବାର ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଅଭିଯୋଗ ପଞ୍ଜିକରଣ ନମ୍ବର ୨୦୨୪୦୯୨୩- ସିଏମଓ -୦୯୨୪ରେ ଆଞ୍ଚଳିକ ବିକାଶ ପରିଷଦ ଆବାହକ ତଥା କଳାପଥର ଗ୍ରାମ୍ୟ କମିଟି ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ସମେତ ସମାଜସେବୀ ନୀଳମଣି ମହାପାତ୍ର, ସୁବାସ ଚନ୍ଦ୍ର ରାଉତ, ଦୁର୍ଯ୍ୟୋଧନ ସେଠୀ, ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭେଟି କଳାପଥର ଡାକ୍ତରଖାନାର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ସହ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉନ୍ନୀତ କରିବା ଓ ଏଠାରେ ଏକ ଟ୍ରମା କେୟାର ସେଣ୍ଟର୍ ଖୋଲିବାକୁ ଦାବୀ କରିଛନ୍ତି।
Popular Categories



