www.samajalive.in
Saturday, December 13, 2025
21.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ମୂଳାଷ୍ଟମୀ ନୀତି ଅନୁଷ୍ଠିତ

ଆରଡି: ବିରଜା ପଞିକା ଅନୁଯାୟୀ ବୁଧବାର ମୂଳାଷ୍ଟମୀ ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଛି। ଏହି ନୀତି ଆସନ୍ତା ଦଶହରା ଯାଏଁ ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ଚୂଡାନ୍ତ ହୋଇଥିବା ନୀତିକାନ୍ତୀ ଅନୁଯାୟୀ ମାଙ୍କ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା। ପ୍ରତିଦିନ ମା ଜୟଦୁର୍ଗା ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ ପ୍ରଥମ ଦିନରେ “ଗୌରୀ” ବେଶରେ ଦର୍ଶନ ଦେଇଥିଲେ। ଭକ୍ତଙ୍କୁ ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ବାର ଫିଟା ନୀତି ସହ ହଳଦୀ ପଞ୍ଚାମୃତ ସ୍ନାନ, ଜଳାଭିଷେକ, ପହିଲୁ ବାଲ୍ଯଭୋଗ ଲାଗି କରାଯାଇ ଘଣ୍ଟାକିର୍ତ୍ତନ ଛତ୍ର, ଚାମର ଆଲଟ ଆଦିରେ ମଣିବାବାଙ୍କ ପୂଣ୍ଯତୋୟା ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତ୍ତୋଳ କରାଯାଇଥିଲା। ପରେ ଘଟକୁ ମାଙ୍କ ମଣ୍ଡପରେ ସ୍ଥାପନ କରାଯାଇ ମଧ୍ୟାହ୍ନରେ ମାଙ୍କୁ ଗୌରୀ ବେଶରେ ସଜ୍ଜିତ କରାଯାଇ ଚଣ୍ଡିପାଠ ସହ ଶୋଡଷ ଉପଚାର ନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ରାତ୍ରରେ ହୋମଯଜ୍ଞ ସହ ଅନ୍ନନୀତି ମାଙ୍କୁ ଅର୍ପଣ କରାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories