ମିଶନଶକ୍ତି ଜିପିଏଲଏଫ କାର୍ଯ୍ୟ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ପାଟଣା: ପାଟଣା ବ୍ଲକରେ ମିଶନଶକ୍ତି ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ ଦରମା ମିଳୁ ନଥିବା ପ୍ରତିବାଦରେ କାର୍ଯ୍ୟ ବନ୍ଦ ପାଇଁ ବିଡିଓ ଶିବଶଙ୍କର ମୁର୍ମୁଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ରେ ଏମବିକେ ବ୍ୟାଙ୍କ ମିତ୍ର, କୃଷି ମିତ୍ର, ସି ଆର ପି ସି ଏମ, ପ୍ରାଣୀମିତ୍ର ପ୍ରମୁଖ ଦସ୍ତଖତ ଦେବା ସହ ସେମାନଙ୍କୁ ୬ ମାସ ହେଲା ପାରିଶ୍ରମିକ ମିଳୁନଥିବା ଅଭିଯୋଗ ଆଣିଛନ୍ତି। ପାରିଶ୍ରମିକ ମିଳୁନଥିବାରୁ ସେମାନେ ପରିବାର ପ୍ରତିପୋଷଣରେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ଦେଇଛନ୍ତି। ସେମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଜଣାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.