www.samajalive.in
Monday, December 15, 2025
26.1 C
Bhubaneswar

ବର୍ଷା ସାଜିଲା ବାଧକ: ଟିଣରେ ଚଢି ରାସ୍ତା ପୋଲ ପାର ହେଲେ ଗର୍ଭବତୀ

ଫୁଲବାଣୀ: ବର୍ଷା ସାଜିଲା ବାଧକ । ଫଳରେ ଟିଣରେ ଚଢି ପୋଲ ପାର ହେଲେ ଗର୍ଭବତୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ ପାଣ୍ଡୁପଦର ରାସ୍ତାରେ । ସୂଚନା ପ୍ରକାରେ , ଗତ କିଛିଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଏଭଳି ସ୍ଥଳେ ସଲାଗୁଡ଼ାରୁ ଗୋଛାପଡ଼ା ଯିବା ରାସ୍ତାରେ ମଧ୍ୟ ଏକ ପୋଲ କାମ ଦୀର୍ଘଦିନ ହେଲା ଚାଲିଥିବା ଯୋଗୁଁ ପୋଲ ପାର୍ଶ୍ବରେ ଏକ ଅସ୍ଥାୟୀ ରାସ୍ତାରେ ଲୋକେ ଯାତାୟାତ କରିଥାନ୍ତି । ତେବେ ବର୍ଷା ଜଳ ବୃଦ୍ଧି ପାଇଲେ ଉକ୍ତ ଅସ୍ଥାୟୀ ରାସ୍ତା ଭାସିଯିବା ସହିତ ରାସ୍ତାରେ ପାଣି ପ୍ରବଳ ବେଗରେ ଯାଇଥାଏ । ଫଳରେ ଲୋକେ ବିଭିନ୍ନ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଘଂଟା ଘଂଟା ଧରି ପାଣି କମିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଆଜି ଅପରାହ୍ନରେ ସଲାଗୁଡ଼ା ଅଞ୍ଚଳର ଜଣେ ଗର୍ଭବତୀ ଡ଼ାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ ଡ଼ାକିଥିଲେ ମଧ୍ୟ ପାଣ୍ଡୁପଦର ନାଳରେ ପ୍ରବଳ ପାଣି ଯୋଗୁଁ ସେ ରାସ୍ତା ପାର ହୋଇ ପାରିନଥିଲେ । ଫଳରେ ରାସ୍ତାରେ ଅପେକ୍ଷା କରିଥିବା କିଛି ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଗର୍ଭବତୀଙ୍କୁ କୌଣସି ପ୍ରକାରେ ଅର୍ଦ୍ଧନିର୍ମିତ ପୋଲ ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରେ ଏକ ଟିଣ ଚଢି ଯେଉଁ ପର୍ଯ୍ୟନ୍ତ ପୋଲ ତିଆରି ହୋଇଛି ସେଠାରେ ପହଞ୍ଚି ରାସ୍ତା ପାର ହୋଇଥିଲେ । କେବଳ ଗର୍ବବତୀ ନୁହନ୍ତି, ସେହି ସମୟରେ ବିଦ୍ୟାଳୟ ଛୁଟି ଯୋଗୁଁ ରାସ୍ତାରେ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଟିଣରେ ଚଢି ପୋଲ ଉପରକୁ ଆସି ଆରପଟକୁ ଯିବାରେ ସକ୍ଷମ ହୋଇଥିଲେ । ତୁରନ୍ତ ଉକ୍ତ ପୋଲ କାମ ସାରିବା ପାଇଁ  ଅଞ୍ଚଳବାସୀ ଦାବି କରିଛନ୍ତି । ମାସ ମାସ ଧରି ରାସ୍ତାର ଏଭଳି ସମସ୍ୟା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories