www.samajalive.in
Saturday, December 6, 2025
16.1 C
Bhubaneswar

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହ ଘେରରେ ଜ୍ୱାଇଁ 

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଲୋଇସିଂ ଗ୍ରାମର ମୁଣ୍ଡାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ନାମ ଲବ ମୁଣ୍ଡା(ଡୁଡି) ବୋଲି ଜଣାପଡ଼ିଛି। ବୁଧବାର ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଲବ ମୁଣ୍ଡା ନିଜ ଘର ବାରଣ୍ଡାରେ ଖଟ ଉପରେ ଶୋଇଥିବାବେଳେ ବୁଧବାର ସକାଳୁ ଖଟ ତଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ଲବଙ୍କ ପତ୍ନୀ ଗତ କିଛି ବର୍ଷ ହେବ କେଉଁଆଡେ ଚାଲି ଯାଇଥିବାବେଳେ ଲବ ଘରେ ଏକୁଟିଆ ରହୁଥିଲା। ତେବେ ଡୁଡି ମୁଣ୍ଡାଙ୍କ ଜ୍ୱାଇଁ ଗତ କିଛି ଦିନ ହେଲା ଶ୍ବଶୁର ଘରକୁ ଆସି ଶ୍ବଶୁର ଡୁଡିଙ୍କ ସହିତ ମଝିରେ ମଝିରେ କୌଣସି କଥାକୁ ନେଇ ଝଗଡ଼ା କରି ଆସୁଥିଲା। ମଙ୍ଗଳବାର ଦିନ ମଧ୍ୟ ଡୁଡିଙ୍କ ଜ୍ୱାଇଁ ଶ୍ବଶୁର ଘର ଆସି ଶ୍ବଶୁରଙ୍କ ସହିତ ଝଗଡ଼ା କରି ଧମକ ଚମକ ଦେଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାରୁ ଏହି ହତ୍ୟାକାଣ୍ଡରେ ଜ୍ୱାଇଁଙ୍କର ହାତ ଥିବା ସନ୍ଦେହ କରାଯାଉଛି। ଖବର ପାଇ କିସିଣ୍ଡା ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories