www.samajalive.in
Monday, December 15, 2025
15.1 C
Bhubaneswar

ମୁଣ୍ଡ ନେଉଛି ଜାତୀୟ ରାଜପଥ, ୩ ଦିନରେ ଗଲାଣି ୪ ଜୀବନ 

ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନରେ ରହିଥିବା ହଳଦିଆପଦରଠାରୁ ଆନ୍ଧ୍ରପ୍ରଦେଶ ସୀମାନ୍ତ ସୁବାଣୀ ଛକ ୧୬ ନଂ ଜାତୀୟ ରାଜପଥ ଏବେ ପାଲଟିଛି ମୃତ୍ୟୁପଥ । ଗତ ତିନି ଦିନ ମଧ୍ୟରେ ସଡ଼କ ଦୁର୍ଘଟଣାରେ  ଚାରି ଜଣଙ୍କ ଜୀବନ ଯିବା ସହ ଜଣେ ମହିଳା ଦୁର୍ଘଟଣାରେ ଶିକାର ହୋଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରିଛନ୍ତି । ସୋମବାର ରାତି ସାଢେ ୯ ଟା ବେଳେ  ଗୋଳନ୍ଥରା ଥାନା ଅଧିନସ୍ଥ କତୁରୁ ନୂଆଗାଁ ଗ୍ରାମର ତିନି ଜଣ ସାଙ୍ଗ ଜଗଦିଶ ସାହୁ, ଜଗନ୍ନାଥପୁରର ଚିନ୍ମୟ ପ୍ରଧାନ ଓ ଜିତେନ୍ଦ୍ର ପ୍ରଧାନ  କୌଣସି ଏକ କାମରେ କନିଷିରୁ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବାବେଳେ ସୁରଳ ଜଙ୍ଗସନ ନିକଟରେ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ ପଛରୁ ଧକ୍କା ଦେଇଥିଲା ।

ଫଳରେ ବାଇକରେ ବସିଥିବା ୩ ଜଣ ସାଙ୍ଗ ଶହେ ମିଟର ଦୂରରେ ଛିଟିକି ପଡିବା ସହ  ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ପୋଲିସ ଓ କିଛି ଲୋକ ୩ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ଜଗଦୀଶ ଓ ଚିନ୍ମୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ମୃତ ଜଗଦିଶଙ୍କ ପିତା ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୩୮୫/୨୪ ରେ ମାମଲା ରୁଜୁ କରିବା ସହ ମୃତ ଦେହକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରଛି ।

- Advertisement -

ସେହିପରି ଗତ ଶନିବାର ଦିନ  ୩ଟା ବେଳେ ସୋରଳ ଗାଁର ବାପା ଦେବରାଜ ସେଠୀ ପୁଅ ସୁନୀଲ ସେଠୀ ଓ  ଭାନୁ ସେଠୀ ବାଇକରେ ଫେରୁଥିବାବେଳେ ପଛରୁ ଏକ ମାଲବାହୀ ଟ୍ରକ ସେମାନଙ୍କୁ ଧକ୍କା ଦେବା ଫଳରେ ବାପା ଦେବରାଜ ଓ ପୁଅ ସୁନୀଲ ମୃତ୍ୟୁ ବରଣ କରିବା ସହ ମା ଭାନୁ ମେଡିକାଲ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡିଛି । ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ ଆହୁରି କଡାକଡି କରିବା ସହ ମଦୁଆ ଓ ଅମାନିଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହୋଇଛି। ଅନ୍ୟ ପଟେ ଛତ୍ରପୁର ଠାରୁ ଗିରିସୋଲା ମଧ୍ୟରେ ଜାତୀୟ ରାଜପଥରେ ଓଭର ବ୍ରିଜ ନିର୍ମାଣ ନିମନ୍ତେ ବହୁବାର ଦାବି ସତ୍ତ୍ୱେ ଆଜିଯାଏଁ ଓଭିରବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁଁ ଅକାଳରେ ଅନେକ ଜୀବନ ଚାଲି ଯାଉଛି ବୋଲି କୁହାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories