www.samajalive.in
Saturday, December 6, 2025
16.1 C
Bhubaneswar

ଫଳ ଦୋକାନୀଙ୍କ କାରନାମା, ପଲିଥିନ୍‌ରେ ପରିଶ୍ରା କରି ବିକୁଥିଲେ ଫଳ..

ମୁମ୍ବଇ : ମହାରାଷ୍ଟ୍ରର ଡୋମ୍ବିଭଲିରେ ଜଣେ ସ୍ଥାନୀୟ ଫଳ ଦୋକାନୀଙ୍କ ଏଭଳି ଏକ କାରନାମା ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଦୋକାନୀ ଜଣକ ଠେଲାରେ ରଖିଥିବା ପଲିଥିନ୍‌ରେ ପରିଶ୍ରା କରି ହାତ ନଧୋଇ ଫଳ ବିକ୍ରି କରୁଛନ୍ତି। ଏହି ଘଟଣା ଜଣାପଡିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଦୋକାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଦୋକାନୀଙ୍କ ନାମ ଅଲୀ ଖାନ (୨୦) ବୋଲି ଜଣାପଡିଛି ।
ଘଟଣା ପରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଅଲୀଙ୍କ ଠେଲାକୁ ଭଙ୍ଗା ରୁଜା ମଧ୍ୟ କରିଛନ୍ତି । ଭିଡିଓ ସାମ୍ନାକୁ ଆସିବାର କିଛି ସମୟ ପରେ ଠେଲା ନିକଟରେ ଲୋକେ ଏକାଠି ହୋଇ ମାରପିଟ୍‌ କରିବା ସହ ଭଙ୍ଗାରୁଜା କରିଥିଲେ । ପୁଲିସ ଅଲୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ଗତ କିଛି ଦିନ ପୂର୍ବରୁ ଗାଜିଆବାଦର ଲୋନୀ ଅଞ୍ଚଳରେ ଜଣେ ଜୁସ୍‌ ଦୋକାନୀ ପରିଶ୍ରା ମିଶାଇ ଜୁସ୍‌ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ତାଙ୍କ ଦୋକାନରୁ ପରିଶ୍ରା ମଧ୍ୟ ଜବତ କରିଥିଲା ।

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories