କେନାଲକୁ ଖସିଲା ଚଳନ୍ତା କାର୍‌; ଚାଳକ ମୃତ

କଟକ : କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ କେନାଲକୁ ଏକ ଚଳନ୍ତା କାର୍‌ ଖସି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବମ୍ଫକୁଦ ଗାଁର କାହ୍ନା ଜେନା । ସେ ଗତକାଲି ରାତିଠାରୁ ଘରକୁ ଫେରିନଥିଲେ, ମଙ୍ଗଳବାର ରାସ୍ତାକଡ କେନାଲରେ ଏକ କାର୍ ପଶି ବୁଡି ରହିଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ କାର୍ କେନାଲରୁ ଉଦ୍ଧାର ସମୟରେ କାର ଚାଳକ ସିଟ୍‌ରେ ବସିଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ କେନାଲକୁ ଖସିପଡିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

 

Comments are closed.