କଟକ : କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶ ହୋଇଛି। ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ନିର୍ମାଣ/ମରାମତି କାମ ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଛନ୍ତି ବିଭିନ୍ନ ବିଭାଗ ଅଧିକାରୀ। ସିଏମ୍ସି, ପିଡବ୍ଲଡି, ଆର ଆଣ୍ଡ ବି, ଗେଲ୍ ପ୍ରମୁଖ ପକ୍ଷ ରଖିଛନ୍ତି। ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି ଆମିକସ କ୍ୟୁରୀ କହିଛନ୍ତି। ଆସନ୍ତା ନଭେମ୍ବର୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।
Popular Categories



