ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ.. କେନ୍ଦୁଝରରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍..

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୨୦୨୪ ମସିହାର ସମ୍ମାନଜନକ ଏକଲବ୍ୟ ପୁରସ୍କାର..

ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ..

ଇରାନର ଦକ୍ଷିଣ ଖୋରାସାନରେ କୋଇଲା ଖଣିରେ ବିସ୍ଫୋରଣ, ୫୧ ଜଣଙ୍କ ମୃତ୍ୟୁ..

ଅମର୍ଦ୍ଦାରୋଡ଼: ନିଶାଶକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ବୃଦ୍ଧାଙ୍କୁ ଛୁରୀମାଡ଼, ଅଭିଯୁକ୍ତି ଅଟକ..

ଲଡୁ ଅବ୍ୟବସ୍ଥାକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ..

ଗଛରେ ବାନ୍ଧି ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ଘଟଣାରେ ୩ ମହିଳା ଗିରଫ.. ବାଲେଶ୍ଵର ଜିଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଉର୍ମିଳା ସାମଲଙ୍କୁ ମାଡ଼ ମାରିଥିଲେ କିଛି ଗ୍ରାମବାସୀ..

ଭରତପୁର ଥାନା ମାମଲାରେ ଆସନ୍ତା ମଙ୍ଗଳବାର ଭୁବନେଶ୍ଵର ବନ୍ଦ ଡାକରା.. ୬ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେଡି..

ତିରୁପତି ଲଡୁ ବିବାଦ: ପ୍ରାୟଶ୍ଚିତ କରିବେ ପବନ କଲ୍ୟାଣ, ୧୧ ଦିନ ରହିବେ ଉପବାସ..

ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ.. ଭ୍ରମଣକାରୀ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ..

ଲକ୍ଷ୍ମୀପୁର ରେଳ କଲୋନୀରେ ହତ୍ୟାକାଣ୍ଡ.. ଶ୍ଵଶୁରକୁ ଲୁହା ରଡରେ ଭୁସି ହତ୍ୟା କଲା ଜ୍ବାଇଁ.. ଶାଶୂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି.. ଟାର୍ଗେଟରେ ଥିଲେ ପୂରା ପରିବାର..

ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ଘଟଣା.. ପୀଡିତାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା..

ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି.. ପରାଜିତ ହେଲେ ରାନିଲ ବିକ୍ରମସିଂଘେ..

Comments are closed.