www.samajalive.in
Wednesday, December 10, 2025
16.1 C
Bhubaneswar

ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ – କଂଗ୍ରେସ ଅଧ୍ୟକ୍ଷ

ଡେସ୍କ: ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଜମ୍ମୁ ଆସିଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଧମକ ଦେବା ବିରୋଧରେ ତାଙ୍କ ଦଳ ଆନ୍ଦୋଳନ କରିବ। ଶ୍ରୀ ଖଡଗେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ।

ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ ହୋଇଛନ୍ତି ବୋଲି ଖଡ଼ଗେ କହିଛନ୍ତି। ବିଧାୟକ ଓ ସାଂସଦଙ୍କ ସମେତ ବିଜେପି, ଆରଏସଏସ ନେତାମାନେ ଆମ ନେତାଙ୍କ ଜିଭ କାଟିବା କଥା କହୁଛନ୍ତି। ସତ କହିବା ପାଇଁ ରାହୁଲ ଗାନ୍ଧିଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି ଏବଂ ତାଙ୍କ ବିରୋଧରେ ଘୃଣାର ବାତାବରଣ ସୃଷ୍ଟି ହୋଇଛି ଯେମିତି ଏହା ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବଂ ଆରଏସଏସର ଏଭଳି ଉତ୍ତେଜନାମୂଳକ ଭାଷଣକୁ ପ୍ରଧାନମନ୍ତ୍ରୀ ଅଣଦେଖା କରୁଛନ୍ତି, ଯିଏ କି ଏହି ନେତାମାନଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି କାରଣ ସେ ସେମାନଙ୍କୁ ଭୟ କରନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories