www.samajalive.in
Saturday, December 13, 2025
23.1 C
Bhubaneswar

ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଲା ଓଡିଶା ପୁଲିସ ସଂଘ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ଜଣେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ଘଟଣାରେ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ପରେ ଏହାର ପ୍ରତିବାଦ କରିଛି ଓଡ଼ିଶା ପୁଲିସ ସଂଘ। ସଂଘ ପକ୍ଷରୁ ଶନିବାର କଟକରେ ଏକ ସାମ୍ବାଦିକ ସମ୍ମଳନୀ କରାଯାଇ କୁହାଯାଇଛି ଯେ, ଘଟଣାର ପ୍ରକୃତ କାରଣ ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ଏହି ସମୟରେ ୫ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରିବା ଗ୍ରହଣୀୟ ନୁହେଁ। ନିଲମ୍ବନ ପ୍ରତ୍ୟାହାର କରାଯାଉ। ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୁଲିସ ଡିଜିଙ୍କ କାର୍ଯ୍ୟାନୁଷ୍ଠାନକୁ ସଂଘ ବିରୋଧ କରୁନି। କିନ୍ତୁ ବିଚାର ବିଭାଗୀୟ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା।

ସଂଘର ସାଂଗଠନିକ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି, ଥାନାରେ ଯାହା ଘଟଣା ଘଟିଛି ସେଥିରେ ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ। ସଂଘ ନିକଟରେ ଯାହା ବି ଭିଡିଓ ପ୍ରମାଣ ଅଛି ସେଥିରେ ସ୍ପଷ୍ଟ ହୋଇଛି କି ପୁଲିସ କର୍ମଚାରୀ ଓ ଅଧିକାରୀ ଘଟଣାରେ ସଂପୃକ୍ତ ନାହାଁନ୍ତି। ସେଥିପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଯାହା ବି ରିପୋର୍ଟ ଆସିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories