www.samajalive.in
Tuesday, December 9, 2025
23.1 C
Bhubaneswar

ହଜିଯାଇଛି ମାନବିକତା, ଭିମସାରରେ ପୋକ ସାଲୁବାଲୁ ଅବସ୍ଥାରେ ପଡ଼ିଛନ୍ତି ରୋଗୀ

ବୁର୍ଲା: ବୁର୍ଲା ଭିମସାର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି ଆଖ୍ୟା ପାଇଛି। ହେଲେ କେତେକ କ୍ଷେତ୍ରରେ ଅବ୍ୟବସ୍ଥା ଯୋଗୁ ମେଡ଼ିକାଲ ଚର୍ଚ୍ଚାରେ ରହିଆସିଛି। ବର୍ତ୍ତମାନ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭିମସାରରେ। ବୁର୍ଲା ଭିମସାର ମେଡିକାଲର ଅସ୍ଥିଶୈଲ୍ୟ ବିଭାଗ ବାରଣ୍ଡାରେ ଦୀର୍ଘଦିନ ହେଲା ପଡିରହିଛନ୍ତି ଦୁଇଜଣ ଅଜଣା ବୃଦ୍ଧ ରୋଗୀ। ଜଣେ ବୃଦ୍ଧଙ୍କ ଗୋଡରେ ବିଶାଳ ତ ହୋଇ ପୋକ ସାଲୁବାଲୁ ହେଲେଣି। ଆଉ ଜଣେ ଗୋଡଭଙ୍ଗା ରୋଗୀ ପାଲଟିଛନ୍ତି। ଜଣଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣେ ୭୦ ବର୍ଷର ହେବେ ବୋଲି ଅନୁମାନ କରାଯାଉଛି । ୭୫ ବର୍ଷିୟ ବୃଦ୍ଧଙ୍କ ଡାହାଣ ଗୋଡରେ ଆଘାତ୍ ଲାଗି ସେଥିର ଘା’ ହେବା ସହିତ ପୋକ ସାଲୁବାଲୁ ହେଉଛନ୍ତି। ଯାହାଫଳରେ ବୃଦ୍ଧ ଜଣକ ବହୁ କଷ୍ଟ ଯନ୍ତ୍ରଣା ଭୋଗୁଛନ୍ତି। ସେହିପରି ଅନ୍ୟଜଣେ ବୃଦ୍ଧଙ୍କ ଡାହାଣ ଗୋଡ କେବେଠୁ ଭାଙ୍ଗିଯାଇଛି। ତେବେ ଉଭୟ ରୋଗୀଙ୍କୁ ପ୍ରାୟ ୧୦ ଦିନ ପୂର୍ବରୁ କେହି ଆଣି ଏଠାରେ ଛାଡି ଚାଲିଯାଇଥିବା ସୂଚନା ମଧ୍ୟ ହସ୍ତଗତ ହୋଇଛି । ମେଡିକାଲ କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ନେଲେ ସେମାନେ ସୁସ୍ଥ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories