www.samajalive.in
Sunday, December 7, 2025
26.1 C
Bhubaneswar

ଡିସେମ୍ବରରେ ଭଙ୍ଗାଯିବ ଓଡିଶା ଭବନ

ନୂଆଦିଲ୍ଲୀ: ଡିସେମ୍ବର ତୃତୀୟ ସପ୍ତାହରେ ଭଙ୍ଗାଯିବ ଓଡିଶା ଭବନ। ଏ ନେଇ ପ୍ରଶାସନିକ  ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଚି। ୧୯୮୦ ମସିହାରେ ନିର୍ମାଣ ହୋଇଥିବା ଚାଣକ୍ୟପୁରୀସ୍ଥିତ ଓଡିଶା ଭବନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ନୂଆଦିଲ୍ଲୀ ପୌର ପରିଷଦର ସୂଚନା ପରେ ଏହାର ଅଡିଟ୍ କରାଯାଇଥିଲା। ଏହାପରେ ଚଳିତ ମାସରେ ଗୃହ ବିଭାଗ ଦ୍ଵାରା ଓଡିଶା ଭବନକୁ ବିପଦ ସଙ୍କୁଳ ବୋଲି ଘୋଷଣା କରାଯାଇଥିଲା। ତେବେ ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରାଯିବ। ରାଜ୍ୟ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରିବ। ଏହା ୭ ମହଲା ବିଶିଷ୍ଟ ହେବ । ଏ ନେଇ ଦିଲ୍ଲୀ ବିକାଶ ପ୍ରାଧିକରଣ କୁ ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେଇଛି। ନୂଆ ଓଡିଶା ଭବନରେ ୮୦ଟି କୋଠରୀ ନିର୍ମାଣ ହେବାକୁ ଥିବାବେଳେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ରହିବ। ତେବେ ଓଡିଶା ଭବନକୁ ଭାଙ୍ଗି ଦିଆଯିବାକୁ ଘୋଷଣା ପରେ ଚଳିତ ମାସ ୧୦ ତାରିଖରୁ ଅତିଥି ମାନଙ୍କ ରହଣି ପାଇଁ ବୁକିଂ ବନ୍ଦ କରି ଦିଆଯାଇଛି। ବିକଳ୍ପ ଭାବେ ଓଡିଶା ଭବନକୁ ଲାଗି ରହିଥିବା ଅଶୋକ  ହୋଟେଲରେ ସମସ୍ତ ଅତିଥି  ମାନଙ୍କ ରହିବା ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories