Patra electronics

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ଶନିବାର ଭାଗ୍ୟଫଳ

ମେଷ: ଯେତେ ସ୍ନେହ, ଶ୍ରଦ୍ଧା ଭାବ ପ୍ରଦର୍ଶନ କଲେ ବି ଚତୁର ବନ୍ଧୁଙ୍କର ବିରାଗ ଭାଜନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ଜଣେ ସମାଜସେବୀଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଅହଂଭାବକୁ ପରିତ୍ୟାଗ କରିବେ।
ମିଥୁନ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟକୁ ସଂକୁଚିତ କରିପାରନ୍ତି। ଭ୍ରାତୃବନ୍ଧନ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବାର ସୂଚନା ମିଳୁଛି। ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସମର୍ପିତ କରିବେ।

କର୍କଟ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟାବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ଆଜ୍ଞାକାରିଣୀ ହେବେ। ତେଜସ୍ବୀ ହେବେ।
ସିଂହ: ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିପାରେ। ସୁଖୀ ହେବେ।

କନ୍ୟା: ମନ ପ୍ରସନ୍ନ ରହିବ। ଆତ୍ମ ବିଶ୍ବାସୀ ହେବେ। ଭାଷା ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ମଉଜ ମଜଲିସରେ ଦିନ ବିତାଇ ପାରନ୍ତି। ଧାର୍ମିକ ହେବେ।
ତୁଳା: ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ।
ବିଛା: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: କର୍ମଚଞ୍ଚଳ ରହିବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବା ଆଶା କରାଯାଏ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।
ମକର: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
କୁମ୍ଭ:ମନ ପ୍ରସନ୍ନ ରହିବ। କୁଳ ଉଦ୍ଧାରକ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।
ମୀନ: ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.