କଟକ: ଟ୍ରଲର ପଛରୁ ପିଟିଲା ବସ୍। ଡ୍ରାଇଭର ସମେତ ୧୦ ଜଣ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ କଟକ ଭାଣପୁର ନିକଟରେ। କୁନାଲ ନାମକ ଏକ ଘରୋଇ ବସ୍ ସୁନ୍ଦରଗଡରୁ ଭୁବନେଶ୍ଵର ଆସୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଏକ ଟ୍ରଲର ପଛରେ ଧକ୍କା ଦେଇଥିଲା ବସ୍। ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ ଟିକୁ ଜବତ କରି ଅଧିକ ତଦନ୍ତ କରୁଛି।
Popular Categories



