www.samajalive.in
Saturday, December 13, 2025
27.1 C
Bhubaneswar

ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା, ପ୍ରଦର୍ଶନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ଶାରଦୀୟ ଦୁଗାପୂଜୋତ୍ସବ ଅବସରରେ ପୂଜାସ୍ଥଳୀଗୁଡ଼ିକରେ ଲେଜର ଲାଇଟ ଏବଂ ଫାଇୟଗନ ପ୍ରଦର୍ଶନକୁ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବେ ପାଳନ କରିବାକୁ କଟକ ଶାରଳା ଭବନରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଅକ୍ଟୋବର ୯ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଛି। ଏଥିପାଇଁ କଟକରେ ବିଭିନ୍ନ ପୂଜା କମିଟିମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।   ଏଥର ଜିଲା ପ୍ରଶସନ ପକ୍ଷରୁ ପୂଜାରେ ଫାୟାର ଗନ କିମ୍ବା ଲେଜର  ପ୍ରଦର୍ଶନ ଉପରେ  ବାରଣ କରାଯାଇଛି। ଯେଉଁ ଦୁର୍ଗାପୂଜା କମିଟି ଲେଜର ଲାଇଟ କିମ୍ବା ଗନ ବ୍ୟବହାର କରିବେ ସେମାନଙ୍କ ବିରୋଧରେ ତତ୍କଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି ବାଣ ବିକ୍ରି ସ୍ଥାନ ଉପରେ ପୁଲିସ ନଜର ରଖିବ ଏବଂ ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

- Advertisement -

କଟକ ଜିଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ବୈଠକରେ କଟକ ସାଂସଦ, ବିଧାୟକ, ମେୟର ଏବଂ ବିଭିନ୍ନ ପୂଜା କମିଟି ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ବିଭିନ୍ନ ପୂଜା କମିଟିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ରାସ୍ତାଘାଟ ମରାମତି କରିବା ସହ ପରିମଳ, ଆଲୋକୀକରଣ ଏବଂ ସଫେଇ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହା ସହ ଅଗ୍ନିଶମ ବିଭାଗ ପକ୍ଷରୁ କିଛି ସ୍ଥାନରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯିବା ସହ ପୂଜାପେଣ୍ଡାଲଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଆସନ୍ତା ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ କଟକରେ ଶାରଦୀୟ ଦୁର୍ଗାପୂଜା ପାଳିତ ହେବ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories