www.samajalive.in
Wednesday, December 10, 2025
18.1 C
Bhubaneswar

ଖୋର୍ଦ୍ଧା ରୋଡ଼ ସ୍କାଉଟ୍ ଏବଂ ଗାଇଡ୍ ଦ୍ୱାରା “ସ୍ଵଚ୍ଛତା ହିଁ ସେବା” ଉପରେ ସଚେତନତା ରାଲି

ଖୋର୍ଦ୍ଧା : “ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” ବୈଶିଷ୍ଟ୍ୟକୁ ଆଧାର କରି ଭାରତୀୟ ରେଳ ଦ୍ୱାରା ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ପାଳନ କରାଯାଉଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ମଣ୍ଡଳ, ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ମଧ୍ୟ ଏହି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହିତ ହାତ ମିଳାଇଛି।

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ପୂର୍ବ ତଟ ରେଳବାଇ, ଭାରତ ସ୍କାଉଟ୍ ଏବଂ ଗାଇଡ୍, ଖୋର୍ଦ୍ଧା ରୋଡ଼ର ପିଲାମାନଙ୍କ ଦ୍ଵାରା “ୱାକାଥନ୍” ଆୟୋଜନ କରାଯାଇଛି । – ଖୋର୍ଦ୍ଧା ରୋଡ଼ ସ୍ଥିତ ସ୍କାଉଟ୍ ଏବଂ ଗାଇଡ୍   ମୁଖ୍ୟ କାର୍ଯ୍ୟାଳୟରୁ ଡିଆରଏମ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ରେଲୱେ ଷ୍ଟେସନ ଏବଂ କଲୋନୀ ଦେଇ, “ପରିବେଶ ବଞ୍ଚାଅ” ଉପରେ ଏକ ସଚେତନତା ରାଲି ଆୟୋଜନ କରାଯାଇଛି ।

- Advertisement -

ଏହି  ୱାକାଥନକୁ ପଙ୍କଜ କୁମାର ନାଗୱାନି, ସିନିୟର୍ ଡିଇନ୍ (ସମନ୍ୱୟ)  ଏବଂ ପୂର୍ବ ତଟ ରେଳବାଇ, ଭାରତ ସ୍କାଉଟ୍ ଏବଂ ଗାଇଡ୍, ଖୋର୍ଦ୍ଧା ରୋଡ଼ର,  ଡ଼ିଷ୍ଟ୍ରିକ୍ଟ କମିଶନର, ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୱାକାଥନରେ ଖୋର୍ଦ୍ଧା ରୋଡ଼ ହେଡ କ୍ୱାର୍ଟର ଓପନ୍ ସ୍କାଉଟ୍-ଗାଇଡ୍ ଗ୍ରୁପର ସ୍କାଉଟ୍, ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ଲିଡରମାନେ ଅଂଶଗ୍ରହଣ କରିଥିଲେ। ଡ଼ିଷ୍ଟ୍ରିକ୍ଟ ସେକ୍ରେଟାରୀ, ପ୍ରଦୀପ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories