www.samajalive.in
Saturday, December 6, 2025
15.1 C
Bhubaneswar

କାର୍ଯ୍ୟ ଚାପରୁ ଜୀବନ ଗଲା, ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟ ଚାପ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ। କାର୍ଯ୍ୟ ଚାପ ଯୋଗୁ ମାତ୍ର ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ସେ ହେଉଛନ୍ତି ସେବାଷ୍ଟିଆନ ପେରାୟିଲ। ପୁଣେସ୍ଥିତ ଅର୍ନଷ୍ଟ ଆଣ୍ଡ ୟୋଙ୍ଗ(ଇଓ୍ବାଇ) ନାମକ ଏକ କମ୍ପାନୀରେ ଚାକିରି କରୁଥିଲେ। ଗତ ମାର୍ଚ୍ଚ ମାସରେ ସେ କମ୍ପାନୀରେ ଯୋଗଦେଇଥିଲେ। କାର୍ଯ୍ୟ କରିବାର ମାତ୍ର ୫ ମାସ ପରେ ତାଙ୍କର ମୃତ୍ୟୁ ଘଟିଛି।

ପେରାୟିଲଙ୍କ ମା’ ଅନିତା ଅଗଷ୍ଟିନ ଝିଅର ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏକ ଚିଠି ଲେଖିଛନ୍ତି। କମ୍ପାନୀର ଭାରତ ମୁଖ୍ୟ ରାଜୀବ ମେମାନୀଙ୍କୁ ସେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ମାତ୍ରାଧିକ କାର୍ଯ୍ୟ ଚାପ ଯୋଗୁ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହି ସମସ୍ୟା କେବଳ ତାଙ୍କ ଝିଅର କିମ୍ବା ତାଙ୍କର ନୁହେଁ। ଏହା ସମଗ୍ର ଯୁବ ଆଇଟି କର୍ମଚାରୀଙ୍କ ପାଇଁ ବଡ଼ ସମସ୍ୟା। ଏଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଅନ୍ୟପଟେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି। ଏହାକୁ କମ୍ପାନୀ ଗମ୍ଭୀରତାର ସହିତ ନେବା ସହ କାର୍ଯ୍ୟସ୍ଥଳରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନିଆଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories