www.samajalive.in
Saturday, December 6, 2025
23.1 C
Bhubaneswar

ସୁଭଦ୍ରା ଯୋଜନାର ଶୁଭାରମ୍ଭ

ବାସୁଦେବପୁର : ଆଜି ବାସୁଦେବପୁର ବ୍ଲକ ପରିସରରେ ସୁଭଦ୍ରା ଯୋଜନାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାସୁଦେବପୁର ବ୍ଲକ ପରିସରରେ ଏକ ସଭାର ଆୟୋଜନ କରା ଯାଇଥିଲା। ଅମୀୟ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜକୁମାର ଦତ୍ତ, ବାସୁଦେବପୁର ପୈାରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବାସୁଦେବପୁର ବିଡିଓ ସଞ୍ଜିବକୁମାର ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ବିପିଏମ ବିଣାପାଣୀ ପଣ୍ଡା, ସମ୍ମ।ନୀୟ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକ ଜିଲା ବିଜେପି ଉପସଭାପତି ଉଦୟନାରାୟଣ ମଲ୍ଲିକ, ରକ୍ତତିର୍ଥ ଇରମ ମଣ୍ଡଳର ସଭାପତି କୈଳାଶଚନ୍ଦ୍ର ପଣ୍ଡା, ମହେଶ୍ୱର ଧଳ, ଆଇନଜିବୀ ନୀରଦ ଦାଶ, ହେମନ୍ତ ସନ୍ଧିବିଗ୍ରହ ପ୍ରମୁଖଙ୍କ ସମେତ ବାସୁଦେବପୁରର ବିଭିନ୍ନ ଅଞ୍ଚଳରୁ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନ ଉପସ୍ଥିତ ଥିଲା।

ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories