www.samajalive.in
Monday, December 8, 2025
24.1 C
Bhubaneswar

କଟକ ସିରିଜ ଦୁର୍ଘଟଣା – ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୁଲିସ

ଡେସ୍କ: ସୋମବାର ସନ୍ଧ୍ୟାରେ କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୁଲିସ। ଗତକାଲି କ୍ରମାଗତ ଭାବେ ୪ ଥର ଦୁର୍ଘଟଣା ଘଟାଇବା ପରେ ପୁଲିସ ବ୍ୟାରେଜ ଉପରୁ ସ୍କର୍ପିଓ ଗାଡିକୁ ଜବତ କରିବା ସହ ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଥିଲା।

ତେବେ ସମ୍ପୃକ୍ତ ସ୍କର୍ପିଓ ଗାଡିଟିକୁ ତାହାର ମାଲିକ ସର୍ଭିସିଂ ପାଇଁ ସୋରୁମରେ ଦେଇଥିବା ବେଳେ ଏହା ଅପବ୍ୟବହାର ହୋଇଥିବା ଡିସିପି ଅଫିସରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଧଳା ସ୍କର୍ପିଓ ସୋମବାର ସନ୍ଧ୍ୟାରେ ରିଙ୍ଗ ରୋଡ଼ରୁ ଦୁର୍ଘଟଣା ଆରମ୍ଭ କରିବା ପରେ ଆନିକଟ ବ୍ୟାରେଜ ଉପରେ ସିରିଜ ଦୁର୍ଘଟଣା କରିଥିଲା। ପ୍ରଥମେ ଅଟୋ ଓ ପରେ ଅନ୍ୟ ଗାଡିକୁ ଦୁର୍ଘଟଣା କରିବା ପରେ ବ୍ୟାରେଜ ମଝିରେ ଅଟକି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିରେ ଥିଲେ ଡ୍ରାଇଭରକୁ ମିଶାଇ ପାଞ୍ଚ ଜଣ ଯୁବକ ଓ ଯୁବତୀ। ଏନେଇ କିଛି ସମୟ ବ୍ୟାରେଜ ଉପରେ ଟ୍ରାଫିକ ଜାମ ହୋଇଥିଲା।

- Advertisement -

ସ୍କର୍ପିଓ ଚାଳକ ଜଣେ କାର ମେକାନିକ ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଗାଡି ଚାଳକକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତ ଚାଳକ ରାଜେନ୍ଦ୍ର ପରିଜା ହେଉଛନ୍ତି ଜଣେ କାର ମେକାନିକ। ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ ବିଭିନ୍ନ କାର ସର୍ଭିସିଂ କରନ୍ତି। କିନ୍ତୁ ଗତକାଲି ସେ, ତାଙ୍କ ଦୁଇ ସାଙ୍ଗ ଓ ତାଙ୍କର ଦୁଇ ବାନ୍ଧବୀ ଯୋଜନା କରିବା ପରେ ଅନ୍ୟ ଜଣଙ୍କ ସ୍କର୍ପିଓ ଗାଡି ନମ୍ବର ବଦଳାଇ ଆରମ୍ଭ କରି ଦେଇଥିଲେ କଟକ ଟ୍ରିପ। ପୂଣ୍ୟ ଅର୍ଜନ ପାଇଁ ପ୍ରଥମେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ଫେରିବା ପରେ ବିଡାନାସିରେ ସମସ୍ତେ ମଦ୍ୟପାନ କରିଥିଲେ। ଏମିତିକି ଗାଡିରେ ମଧ୍ୟ ମଦ ରଖିଥିବା ଜଣାପଡିଥିଲା। ଗାଡି ରିଙ୍ଗ ରୋଡ଼ରୁ ଦୁର୍ଘଟଣା କରିବା ଆରମ୍ଭ କରିବା ପରେ ଆନିକଟ ବ୍ୟାରେଜ ଉପରେ କରିଥିଲା ସିରିଜ ଦୁର୍ଘଟଣା। ଉଭୟ ପୁଲିସ ଓ ଲୋକେ ଗାଡିକୁ ପିଛା କରୁଥିଲା ବେଳେ କିନ୍ତୁ ନିଶାରେ ବୁଡି ରହିଥିବା ଡ୍ରାଇଭର କରିଚାଲିଥିଲା ଦୁର୍ଘଟଣା ପରେ ଦୁର୍ଘଟଣା। ଯାହାଦ୍ୱାରା ଅନେକ ବ୍ୟକ୍ତି ଆହତ ହୋଇ ଏସସିବିରେ ଭର୍ତି ହୋଇଥିଲେ। ସିରିଜ ଦୁର୍ଘଟଣାରେ ଏସସିବିରେ ଭର୍ତି ହୋଇଥିବା ୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories