www.samajalive.in
Saturday, December 6, 2025
26.1 C
Bhubaneswar

ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘରେ ଘରେ ସୁଭଦ୍ରା ଯୋଜନାର ଆଭାସି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ଏହାକୁ ବିଡ଼ିଓ ମନୀଷା ଦାସ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲିଙ୍କ ଉପସ୍ଥିତରେ ୨୦୨୧-୨୨ବର୍ଷରେ ଘର ପାଇଁ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରିଥିବା ୧୦ ଜଣ ହିତାଧିକାରୀଙ୍କୁ ଚାବି କାଠି ପ୍ରଦାନ କରିଥିଲେ। ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବ୍ଲକର ୧୪ଟି ପଞ୍ଚାୟତ ମଧ୍ୟରୁ୧୩ଟି ପଞ୍ଚାୟତରେ ୯୪୦ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟାଦେଶ ଆସିଥିବା ବେଳେ ପ୍ରାୟ ୧୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।୧ଲକ୍ଷ୨୦ହଜାର ଟଙ୍କାରେ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଏଥିରେ ସିଙ୍ଗାରି ପଞ୍ଚାୟତର କୌଣସି ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇନଥିବା ଜଣାପଡିଛି। ମୋଦୀଙ୍କ ଜନ୍ମଦିନରେ ଓଡ଼ିଶା ଆସି ଓଡ଼ିଶାର ଅଗଣିତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଜଣଙ୍କ ପିଛା (୫୦୦୦) ପାଞ୍ଚ ହଜାର ଟଙ୍କା ଲେଖାଏଁ ଶୁଭାରମ୍ଭ କରାଯାଇଛି।


ଏହି କାର୍ଯ୍ୟାଦେଶରେ ବ୍ଲକର ୧୪ଟି ପଞ୍ଚାୟତର ସରପଞ୍ଚ, ସମିତି, ପିଆର ଆଇ ସଦସ୍ୟ, ସିଡିପିଓ ମମତା ରାଣୀ ଦାସ, ବ୍ଲକ, ଶିଶୁ ସମନ୍ୱିତ ବିକାଶର କର୍ମଚାରୀ, ଅଗ୍ନିଶମ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଓପିଲିପି, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନଶକ୍ତି, ଓଏଲଏମର ମହିଳାମାନେ ଉପସ୍ଥିତ ରହିଥିଲେ। ଏହାକୁ ଜିପିଓ ଶ୍ୱେତାମ୍ବର ପ୍ରଧାନୀ, ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ଗ୍ରାମୀଣ ସଂଯୋଜକ ଦିବାକର ପରିଡା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଦୁର୍ଘଟଣାରେ ଅବସର ପ୍ରାପ୍ତ ଯବାନ ମୃତ

- Advertisement -

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories