www.samajalive.in
Sunday, December 7, 2025
13.1 C
Bhubaneswar

କନ୍ଦରପୁର ଗ୍ରାମର ୧୬ଟି ସ୍ଥାନରେ ଖୁଦୁରୁକୁଣୀ ପୂଜା

ଆଠଗଡ଼: ଆଠଗଡ଼ ସହର ସମେତ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ରବିବାର ଶେଷ ପାଳିରେ ଖୁଦୁରୁକୁଣୀ ଓଷା ମହାସମାରୋହରେ ପାଳିତ ହୋଇଯାଇଛି। କନ୍ଦରପୁର ଗ୍ରାମରେ ସର୍ବାଧିକ ୧୬ଟି ସ୍ଥାନରେ ଖୁଦୁରୁକୁଣୀ ପୂଜା ମଣ୍ଡପ ସୁନ୍ଦର ସାଜସଜ୍ଜା ସହିତ ଭଳି କି ଭଳି ରଙ୍ଗୀନ ଆଲୋକ ମାଳା ଓ ତୋରଣରେ ଝଲସି ଉଠିଥିଲା। ଉପବାସ ବ୍ରତଧାରୀ ଝିଅ, ବୋହୁ ଓ ମହିଳାମାନେ ଅତ୍ୟନ୍ତ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥିଲେ। କନ୍ଦରପୁରର ବ୍ରଜମୋହନ ସାହି, ଚଷାଷସାହି, ମଝି ସାହି, କୈବର୍ତ୍ତ ସାହି, ମହାଦେବ ସାହି, ଉପର ଟାଙ୍ଗି ସାହି, ତଳ ଟାଙ୍ଗି ସାହି, ବାଉତି ମନ୍ଦିର ମଝି ସାହି, ତଳ ସାହି, ରଜକ ସାହି, ବଜ୍ରକୋଟ ଉପର, ମଝି ଓ ତଳ ସାହି, ହରିଜନ ଉପର ଓ ତଳ ସାହି ସମେତ ଅନ୍ୟ ସମସ୍ତ ସାହିବସ୍ତିରେ ଖୁଦୁରୁକୁଣୀ ଓଷା ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories