ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡାରେ ସେ ଗଲ୍ଫ ଖେଳୁଥିବାବେଳେ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି। ତେବେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରମ୍ପଙ୍କ ଦେହରେ ଗୁଳି ବାଜିନି। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ଏଫବିଆଇ। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ଜବତ ହୋଇଛି।
ପୂର୍ବରୁ ମଧ୍ୟ ଥରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଜୁଲାଇ ୧୩ ତାରିଖରେ ପେନସିଲ୍ ଭାନିଆରେ ଗୁଳିମାଡରେ ଟ୍ରମ୍ପ ଆହତ ହୋଇଥିଲେ। ଏହି ସମୟରେ ଆତତାୟୀର ଗୁଳି ଟ୍ରମ୍ପଙ୍କ କାନରେ ବାଜିଥିଲା।



