www.samajalive.in
Saturday, December 6, 2025
16.1 C
Bhubaneswar

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୮୮ ମାମଲା ଫଇସଲା

ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତ ସମେତ ଉପଜିଲ୍ଲାପାଳ ଓ ତହସିଲ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଅଦାଲତରେ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରାଜକୁମାର ଦାସ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ଶ୍ରୀ ଦାସ ନିଜ ଅଦାଲତରେ ୧୪ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲା ଫଇସଲା କରି କ୍ଷତିଗ୍ରସ୍ତଙ୍କୁ ମୋଟ ୮୫ ଲକ୍ଷ ୩୫ ହଜାର ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ । ସେହିପରି ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା ନିଜ ଅଦାଲତରେ ୪ଟି ଦେୱାନୀ ମାମଲା ଓ ୧ଟି ବୈବାହିକ ମାମଲା, ଏସଡିଜେଏମ ନିରୋଜ କୁମାର ସାହୁ ନିଜ ଅଦାଲତରେ ୪୧ଟି ଫୌଜଦାରୀ, ୧ଟି ଦେୱାନୀ ଓ ୧ଟି ବୈବାହିକ ମାମଲା ଏବଂ ଜେଏମଏଫସି ସମ୍ବେଦନା ସନ୍ଦିପ୍ ଗୋଟିଏ ବୈବାହିକ ମାମଲା ବିଚାର କରି ଫଇସଲା କରିଥିଲେ । ଏତଦବ୍ୟତୀତ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଓ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ନିଜ ନିଜ ଅଦାଲତରେ ୬୨୫ଟି ଦାଖଲଖାରଜ ମାମଲା ଓ ସାର୍ଟିଫିକେଟ ମାମଲା ଫଇସଲା କରି ନିର୍ଦ୍ଧାରିତ ରାଜସ୍ବ ଆଦାୟ କରିଥିଲେ। ଏହି ଲୋକ ଅଦାଲତରେ ଆଠଗଡ ଷ୍ଟେଟ ବ୍ୟାଙ୍କ, କନ୍ତୋଲ ଓ ଧୁରୁକୁଡିଆ ଆଇଓବି, ଇଉକୋ ବ୍ୟାଙ୍କର ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ଆଠଗଡ ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀମାନେ ଲୋକ ଅଦାଲତ ପରିଚାଳନାରେ ସହାୟତା କରିଥିଲେ ।

ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories