www.samajalive.in
Tuesday, December 9, 2025
16.1 C
Bhubaneswar

ଦୋଳା ଓ ଡଙ୍ଗାରେ ନଦୀ ପାର ହେଉଛନ୍ତି ରୋଗୀ

ପାତ୍ରପୁର: ରାଜ୍ୟରେ ଗ୍ରାମାଞ୍ଚଳକୁ ଯୋଗାଯୋଗ ପାଇଁ ବହୁ ଉନ୍ନତି ହୋଇଛି। ଗ୍ରାମାଞ୍ଚଳରେ ବହୁ ପୋଲ ଓ ରାସ୍ତା ନିର୍ମାଣ ହେଉଛି; କିନ୍ତୁ ଏବେ ବି କିଛି ଗ୍ରାମାଞ୍ଚଳରେ ରାସ୍ତା ଓ ପୋଲ ନଥିବାରୁ ଲୋକମାନେ ଚିକିତ୍ସା ପାଇଁ ଦୋଳାରେ ଡାକ୍ତରଖାନା ଯାଉଛନ୍ତି। ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ବାଘଲଟି ଜଳଭଣ୍ଡାର ଉପର ପାର୍ଶ୍ୱରେ ଥିବା ଏଲଗଲ ଗ୍ରାମର ରୋଗାକ୍ରାନ୍ତ ଆଦିବାସୀ ମହିଳା ସ୍ନେହଲତା ବେହେରାଙ୍କୁ ଦୋଳାରେ ନଦୀ ପାର୍ କରି ଡଙ୍ଗାରେ ବାଘଲଟି ଜଳଭଣ୍ଡାର ଅତିକ୍ରମ କରାଇ ଚିକିତ୍ସା ପାଇଁ ନିଆଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ଗଣେଶ ବେହେରାଙ୍କ ପତ୍ନୀ ସ୍ନେହଲତା କିଛି ଦିନ ହେଲା ଅସୁସ୍ଥ ହେବା ପରେ ଚିକିତ୍ସିତ ହୋଇ ଫେରିଥିଲେ। ଗତକାଲି ରାତିରେ ହାତ ଗୋଡ ଫୁଲି ଯିବାରୁ ସ୍ନେହଲତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ରାସ୍ତାଘାଟର ସୁବିଧା ନଥିବାରୁ ସକାଳୁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଦୋଳାରେ ବୋହି ଗ୍ରାମ ନିକଟ ବାହୁଦା ନଦୀ ପାର କରି ଦୁଇ କିଲୋମିଟର ଦୂର ଚାଲିଚାଲି ଯିବା ପରେ ବାଘଲଟି ଜଳ ଭଣ୍ଡାରରେ ଡଙ୍ଗାରେ ପାର କରି ପାତ୍ରପୁର ନେଇଥିଲେ।
ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମ ସହିତ ବେହେରା ପୁଟୁ, ଝରବାଡ ଶିରିଶି ଗଣ୍ଡ, ମାଡୁଆ ଗୁମା ଗ୍ରାମ ବାଘଲଟି ଜଳଭଣ୍ଡାର ଉପର ପାର୍ଶ୍ବରେ ଜଙ୍ଗଲ ଘେରା ମଧ୍ୟରେ ରହିଛି। ଗତ ବର୍ଷ ଠାରୁ ବାଘଲଟି ଜଳଭଣ୍ଡାର ପାଣି ଶୁଖି ପଡ଼ିଥିବାରୁ ଲୋକମାନେ ପାଦଚଲା ରାସ୍ତାରେ ପଥ ଅତିକ୍ରମ କରୁଥିଲେ। ଏବେ ଲଘୁଚାପ ବର୍ଷା ଫଳରେ ପାଣି ଭର୍ତ୍ତି ହେବା ଦେଖି ଡଙ୍ଗାରେ ପ୍ରାୟ ପାଞ୍ଚ କିଲୋମିଟର ପାର ହେଉଛନ୍ତି। ଏହି ସବୁ ଗ୍ରାମରୁ ସହରକୁ ଯିବାକୁ ହେଲେ ଜଙ୍ଗଲ ପଥରେ ପ୍ରାୟ ୯ କିମି ତାଡ଼କା ସାହି କିମ୍ବା ବାଘଲଟି ଜଳଭଣ୍ଡାର ପାର ହେବାକୁ ପଡୁଛି। ପନ୍ଦର ବର୍ଷ ତଳେ ଏହି ସବୁ ଗ୍ରାମକୁ ୨.୬୧ଲକ୍ଷ ଟଙ୍କାରେ ତାଡ଼କା ସାହି ଠାରୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ବନ୍ଦ ରହିଛି। ଫଳରେ ଲୋକମାନେ ବିଭିନ୍ନ ସମୟରେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories