ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଭିଏଲ-ଏସଆରଏସଏଏମର ପରୀକ୍ଷା ସଫଳ

ସମାଜ ଡିଜିଟାଲ ଡେସ୍କ: ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଭିଏଲ-ଏସଆରଏସଏଏମ(ଭର୍ଟିକାଲ ଲଞ୍ଚ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ)ର ଶୁକ୍ରବାର କ୍ରମାଗତ ୨ୟ ପରୀକ୍ଷା ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁରସ୍ଥିତ ଆଇଟିଆରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଭର୍ଟିକାଲ ଲଞ୍ଚର୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା, ଯାହା ଆକାଶରେ ଦ୍ରୁତଗତିରେ ଯାଉଥିବା ଟାର୍ଗେଟକୁ ଠିକ୍ ଭାବେ ପିଛା କରି ଲକ୍ଷ୍ୟଭେଦ କରିଥିଲା।

କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ଏବଂ ପୂରା ଟିମକୁ ପ୍ରଶଂସା କରିଛନ୍ତି। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସିଂହ କହିଛନ୍ତି।

Comments are closed.