www.samajalive.in
Monday, December 8, 2025
16.1 C
Bhubaneswar

ସାଙ୍ଗର ମୁଣ୍ଡକୁ ପିଟି ହତ୍ୟାକଲା ସାଙ୍ଗ; ଅଭିଯୁକ୍ତ ଗିରଫ

ସମ୍ବଲପୁର: ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ। ମୃତକ ଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର। ଗତକାଲି ବିଳମ୍ବିତ ରାତିରେ ବାଙ୍କୀଟିକ୍ରା ଗ୍ରାମରେ ୩ ଜଣ ସାଙ୍ଗ ଜଣେ ବ୍ୟକ୍ତିଙ୍କ ଘରେ ବସି ମଦ ପିଇଥିଲେ। ଏହି ସମୟରେ କୌଣସି ଏକ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ  ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଜେ. ଶ୍ରୀଧର ନାମକ ଜଣେ ବ୍ୟକ୍ତି ସତ୍ୟନାରାୟଣଙ୍କୁ ହଟାତ ଏକ ବାଡ଼ିରେ ତାଙ୍କ ମୁଣ୍ଡ ପଛ ପଟେ ଆକ୍ରମଣ କରିଥିଲେ। ଫଳରେ ସତ୍ୟନାରାୟଣ ସେଠାରେ ହିଁ ଟଳି ପଡ଼ିଥିଲେ। ଜେ. ଶ୍ରୀଧର ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ସକାଳୁ ସକାଳୁ ପୁଲିସକୁ ସ୍ଥାନୀୟ ଲୋକେ ଏନେଇ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସାଙ୍ଗ ଜେ. ଶ୍ରୀଧରଙ୍କ ମୋବାଇଲ ନମ୍ବର ଟ୍ରାକ କରି ତାଙ୍କୁ ଗିରଫ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories