Patra electronics

ସୂର୍ଯ୍ୟ,ବୁଧଙ୍କ ରାଶି ପରିବର୍ତ୍ତନ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ସବୁ ଇଚ୍ଛା ହେବ ପୂରଣ..

ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି ୧୬ ସେପ୍ଟେମ୍ବର ୨୦୨୪ରେ କନ୍ୟା ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ୧୬ ସେପ୍ଟେମ୍ବର ସନ୍ଧ୍ୟା ୭ଟା ୨୯ ମିନିଟରେ ହେବ । ଏହାପରେ ୨୩ ସେପ୍ଟେମ୍ବର ୨୦୨୪ରେ ବୁଧ ଗ୍ରହ ନିଜ ରାଶି କନ୍ୟା ରାଶିରେ ପ୍ରବେଶ କରିବେ । ଏହି ପ୍ରକାରେ କନ୍ୟା ରାଶିରେ ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ହେବ । ଏହି ଯୋଗ ୬ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ଓ କର୍ମକ୍ଷେତ୍ର ପାଇଁ ଖୁବ୍‌ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ସୂର୍ଯ୍ୟ ଓ ବୁଧଙ୍କ ଚଳନରେ ଖୁବ୍‌ ଉନ୍ନତି ହେବ । ଅନେକ ସ୍ରୋତରୁ ଟଙ୍କା ଆସିବ । କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ – କର୍ମକ୍ଷେତ୍ର ପାଇଁ ଶୁଭଫଳ ମିଳିବ । କାରଣ ମିଥୁନ ରାଶିଙ୍କ ସ୍ୱାମୀ ବୁଧ ଗ୍ରହ । ବ୍ୟବସାୟରେ ଆଶା ଅନୁଯାୟୀ ଫଳ ମିଳିବ । ପରିବାର ସହ ଭ୍ରମଣ ଯୋଗ ରହିଛି ।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଆୟରେ ବୃଦ୍ଧି ହେବ । ପଦନ୍ନୋତିର ସୁଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ ।

ସିଂହ – ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଗ୍ରହ । ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଉନ୍ନତି ଓ ଖୁସି ମିଳିବ । ଖୁବ୍‌ ଟଙ୍କା ରୋଜଗାର କରିବେ । ନୂଆ କାମ ମଧ୍ୟ ମିଳିବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ପରିଶ୍ରମ କରି ସଫଳତା ଓ ଧନ ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

 

Comments are closed.