www.samajalive.in
Saturday, December 6, 2025
26.1 C
Bhubaneswar

ଲୁହା ରଡରେ ପିଟୁଛନ୍ତି ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ ଏକ ଲୁହା ରଡରେ କାରରେ ବସିଥିବା ଅନ୍ୟ ଜଣେ ଯୁବକକୁ ମାରୁଛନ୍ତି । ଏହି ସମୟରେ କାରରେ ବସିଥିବା ଯୁବକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥାଇ ସବୁ ଦେଖୁଛନ୍ତି ।

- Advertisement -

ଶିବସେନା ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏଥିରେ କ୍ୟାପ୍ସନରେ ଲେଖାଯାଇଛି କି ‘ମହାରାଷ୍ଟ୍ରର ଗ୍ୟାଙ୍ଗଷ୍ଟାର୍’ । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଜଣେ ଲୋକ ରାସ୍ତା ମଝିରେ ଲୁହା ରଡରେ କାରରେ ବସିଥିବା ଜଣେ ଯୁବକଙ୍କୁ ପିଟୁଛି । ସେ ଯୁବକ ଜଣକ ହାତ ଯୋଡି ଅନୁରୋଧ କରିବା ପରେ ମଧ୍ୟ ମାଡ ବନ୍ଦ ହେଉନି । କାରରେ ବସିଥିବା ପରିବାର ଲୋକେ ଓ ମହିଳାଙ୍କ ଚିତ୍କାର ଶୁଭୁଛି । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ୧୧ ସେପ୍ଟେମ୍ବରରେ ଭିଡିଓଟି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ ହୋଇଥିଲା । ଲକ୍ଷେରୁ ଅଧିକ ଲୋକ ଭିଡିଓକୁ ଦେଖିସାରିଲେଣି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories