ରାଧାଷ୍ଟମୀ ଅବସରରେ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା
ସମାଜ ଡିଜିଟାଲ ଡେସ୍କ: ଆଜି ରାଧାଷ୍ଟମୀ। ଏହି ଅବସରରେ ରାଧାକୃଷ୍ଣ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ରାଧାକୃଷ୍ଣ ମନ୍ଦିରଗୁଡ଼ିକରେ ସକାଳୁ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସି ଦର୍ଶନ କରିଥିଲେ। ରାଧାଙ୍କ ଜନ୍ମଦିବସକୁ ରାଧାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ରାଧାରାଣୀଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ଶ୍ରଦ୍ଧାଳୁଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ରାଧାଙ୍କ ପୂଜାର୍ଚ୍ଚନା ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅଧୁରା ରହିଥାଏ ବୋଲି କୁହାଯାଏ। ରାଧା-କୃଷ୍ଣଙ୍କୁ ଏକାଠି ପୂଜା କରିବା ଦ୍ଵାରା ବ୍ରତଧାରୀଙ୍କୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି।
Comments are closed.