www.samajalive.in
Sunday, December 7, 2025
14.1 C
Bhubaneswar

ସେମିକନ୍‌‌ ଇଣ୍ଡିଆ-୨୦୨୪ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ସେମିକଣ୍ଡକ୍ଟର ହବ୍‌‌ ପାଲଟିବ ଭାରତ

ନୂଆଦିଲ୍ଲୀ:  ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍‌‌ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ଅବସରରେ ପୁଞ୍ଜିପତିମାନଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ। ଭାରତକୁ ଆଗାମି ବର୍ଷରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ସ୍ୱରୂପ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ସେମିକଣ୍ଡକ୍ଟର ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ଏବଂ ବ୍ୟବହାର କରୁଥିବା କମ୍ପାନୀ ଗୁଡିକର ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ୱାର୍କ ଫୋର୍ସ ପାଭେଲିୟନରେ ଡେଭଲ୍ପମେଣ୍ଟ ପାଭେଲିୟନକୁ ମଧ୍ୟ ଉଦଘାଟନ କରୁଛନ୍ତି।
ଏହି ତିନି ଦିିନିଆ ସେମିକନରେ ୧୭ଟି ଦେଶର ୨୫୫ ପ୍ରତିନିଧି ଭାଗ ନେଇଛନ୍ତି। ଭାରତ ସମେତ ଆମେରିକା, ଜାପାନ ଏବଂ ସାଉଥକୋରିଆ ଭଳି ପ୍ରମୁଖ ଦେଶର ପୁଞ୍ଜିପତି ଏଥିରେ ସାମିଲ ହେବାକୁ ପହଞ୍ଚିଛନ୍ତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରର ସେମିକଣ୍ଡକ୍ଟର କମ୍ପାନୀ ନିଜର ଷ୍ଟଲ ପକାଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲାର୍ସେନ ଆଣ୍ଡ ଟର୍ବୋ କମ୍ପାନୀ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ୨୫ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ କରିବ। ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ କିପରି ବିଶ୍ୱ ହବ୍‌‌ ପାଲଟିବ ସେନେଇ ପୁରା ରଣନୀତି ପ୍ରସ୍ତୁତ କରାଯିବ।

- Advertisement -

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories