www.samajalive.in
Friday, December 5, 2025
26.1 C
Bhubaneswar

୩ ଯୁବତୀଙ୍କୁ କାର୍ ଧକ୍କାଦେବା ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୧୨ ଘଣ୍ଟିଆ ନୁନହାଡ ବନ୍ଦ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପାହାଡ ଥାନା ନୁନହାଡ ଗାଁର ହିଟ୍ ଆଣ୍ଡ ରନ୍ ଘଟଣାର ତାତି ଥମିବାର ନାଁ ନେଉନି। ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ନୁନହାଡ ବନ୍ଦ ପାଳନ କରୁଛନ୍ତି ଗ୍ରାମବାସୀ। ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ମୃତ ଯୁବତୀଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ଢାବା ମାଲିକ ସୁଶୀଲ କୁମାର ସାହୁ ତାଙ୍କ କାରରେ ଦ୍ରୁତ ଗତିରେ ଆସି ନିଜ ଘର ଆଗରେ ଛିଡା ହୋଇଥିବା ତିନି ଜଣ ଯୁବତୀଙ୍କୁ ଧକ୍କା ଦେଇ ଫେରାର୍ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଜଣେ ଯୁବତୀଙ୍କର ପାଟଣାଗଡ ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଈ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଅଭିଯୁକ୍ତ ସୁଶୀଲ କୁମାର ସାହୁଙ୍କୁ ପୁଲିସ୍ ଗିରଫ କରିଥିବା ଜଣାପଡିଛି। ଦୁର୍ଘଟଣା ପରେ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories