www.samajalive.in
Friday, December 5, 2025
17.1 C
Bhubaneswar

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ଦେବଗୁରୁ ବୃହସ୍ପତିଙ୍କର ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଛି । ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ସନ୍ତାନ, ଜ୍ୟେଷ୍ଠ ଭାଇ, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି କୁହାଯାଏ । ବୃହସ୍ପତି ୨୭ ନକ୍ଷତ୍ର ମଧ୍ୟରେ ପୁନର୍ବସୁ, ବିଶାଖା ଓ ପୂର୍ବା ଭାଦ୍ରପଦ ନକ୍ଷତ୍ରର ସ୍ୱାମୀ । ଜ୍ୟୋତିଷ ଗଣନା ଅନୁସାରେ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଦେବଗୁରୁ ବୃହସ୍ପତିଙ୍କ ବିଶେଷ କୃପା ପ୍ରାପ୍ତି ହେବ ।

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାଆଙ୍କ ସହଯୋଗ ଓ ସାହାଯ୍ୟ ମିଳିବ । ପରୀକ୍ଷାରେ ଉତ୍ତମ ଫଳ ମିଳିବ । ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ବାହନ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

- Advertisement -

ମିଥୁନ – ସମ୍ପତ୍ତିରୁ ଆୟ ବୃଦ୍ଧି ହେବ । ମାଆଙ୍କ ଠାରୁ ଧନ ପ୍ରାପ୍ତି ହୋଇପାରେ । କଳା କିମ୍ବା ସଙ୍ଗୀତରେ ରୁଚି ରହିବ । ଚାକିରିରେ ଶୁଭ ସହ ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ବାହନ ସୁଖ ବୃଦ୍ଧି ହେବ ।

ସିଂହ – ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିବାରରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି। ସନ୍ତାନ ସୁଖ ବୃଦ୍ଧି ହେବ । ବିଦେଶ ଯିବାର ସୁଯୋଗ ମିଳିବ। ମନରେ ଶାନ୍ତି ଓ ପ୍ରସନ୍ନତା ରହିବ । ଧନ ପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସହଯୋଗୀଙ୍କ ସହଯୋଗ ମିଳିବ।

କନ୍ୟା – ଭବନ ସୁଖ ବିସ୍ତାର ହେବ । ବାପା-ମାଆଙ୍କ ସହଯୋଗ ମିଳିବ । ସନ୍ତାନ ସୁଖ ବୃଦ୍ଧି ହେବ । ଚାକିରିରେ ଉନ୍ନତି ହେବ। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ ।

ଦେଖନ୍ତୁ ଭିଡିଓ ; ଟିୟୁସନରୁ ଆଣିବାକୁ ଯାଉଥିଲେ, ଓଲଟିଲା ଅଟୋ, ମାଆକୁ ବଞ୍ଚାଇବାକୁ ଦୌଡିଗଲା ଝିଅ..

ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories