www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ବର୍ଷ ହେଲା ସରୁନି ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କାମ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ରେଲୱେ ଷ୍ଟେସନ ନିକଟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର କାମ ଦୁଇ ବର୍ଷ ହେଲା ଅଧ ପନ୍ତରିଆ ହୋଇ ପଡି ରହିଛି। ଫଳରେ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି କାହାର ହେଲେ ଦୃଷ୍ଟି ନାହିଁ। ଦୀର୍ଘ ଦିନ ହେଲା ନିର୍ମାଣ କରୁ ନଥିବା ଠିକାଦାର ମନମୁଖୀ କାର୍ଯ୍ୟ ଚଲାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ସୂଚନା ଯୋଗ୍ୟ, ଗଞ୍ଜାମ ବ୍ଲକର ପ୍ରାଣୀ ମାନଙ୍କ ଚିକିତ୍ସା ପାଇଁ ଏକମାତ୍ର ପ୍ରାଣୀ ଚିକିତ୍ସା କେନ୍ଦ୍ର ହୁମା ରେଳ ଷ୍ଟେସନ ନିକଟରେ ରହିଛି। କିନ୍ତୁ ଦୁଃଖର ବିଷୟ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ପ୍ରାଣୀ କେନ୍ଦ୍ରଟି ସରକାରଙ୍କ ପକ୍ଷରୁ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏହି କେନ୍ଦ୍ରଟିର ଠିକା କାମ ଶେଷ ହେଉନାହିଁ । ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରୁ ନଥିବା ଅଭିଯୋଗ ହୋଇଛି । କେବେ ଏହି କାମ ନିର୍ମାଣ ଶେଷ ହେବ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହୁମ୍ମା ଓ ପାଲୁର ଜଙ୍କସନ ଅଂଚଳରେ ସାଧାରଣ ଲୋକଙ୍କ ଗୃହ ପାଳିତ ପଶୁ ଅସୁସ୍ଥ କିମ୍ବା ଦୁର୍ଘଟଣା ଘଟିଲେ ଚିକିତ୍ସା ପାଇଁ ଅସୁବିଧା ହେଉଛି। ପ୍ରାଣୀ ଚିକିତ୍ସା କେନ୍ଦ୍ରଟି କେତେ ଟଙ୍କା ବିନିମୟରେ ଟେଣ୍ଡର ଆସିଥିବାର କୌଣସି ସୂଚନାଫଳକ ବୋର୍ଡ଼ ଲେଖା ଯାଇନାହିଁ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଅତି ଶୀଘ୍ର ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସ୍ତ୍ରୀ ସହ ଯାଉଥିଲେ ପୂଜକ; ରାସ୍ତାରେ ହାଣିଲେ ଦୁର୍ବୃତ୍ତ..

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories