www.samajalive.in
Saturday, December 6, 2025
15.1 C
Bhubaneswar

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା; ଓସେପା କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର:  କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ କରି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ସ୍ୱତନ୍ତ୍ର ବିଏଡ ଡିଗ୍ରୀଧାରୀମାନେ ଧାରଣା ଦେଇଛନ୍ତି। ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଶହ ଶହ ଆଶାୟୀ ପ୍ରାର୍ଥୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଛନ୍ତି। କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ପାଇ ୨୦୨୩ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୧ବର୍ଷୀୟ ଓ ଦୁଇ ବର୍ଷୀୟ ବିଏଡକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। ଏହାସହିତ ଏହି ନିୟମାବଳୀରେ ପରିବର୍ତ୍ତନ କରିବାକୁ କୁହାଯିବା ପରେ ଦୁଇ ବର୍ଷୀୟ ଡିଗ୍ରୀଧାରୀ ମାନେ ଉତିର୍ଣ୍ଣ ହୋଇ ମେରିଟ୍‌‌ ଲିଷ୍ଟରେ ସ୍ଥାନ ପାଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ଚକ୍ରାନ୍ତ କରି ସେମାନଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରିବା ସହ ତୁରନ୍ତ ନିଯୁକ୍ତି ଦାବିରେ ସେମାନେ ଧାରଣା ଦେଇଛନ୍ତି। ଦାୟିତ୍ୱହୀନତାକୁ ଦୋଷାରୋପ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories