www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଟିୟୁସନରୁ ଆଣିବାକୁ ଯାଉଥିଲେ, ଓଲଟିଲା ଅଟୋ, ମାଆକୁ ବଞ୍ଚାଇବାକୁ ଦୌଡିଗଲା ଝିଅ..

ନୂଆଦିଲ୍ଲୀ : ରାସ୍ତା ପାର୍‌ କରିବା ସମୟରେ ତରବରିଆ ହୋଇ ଅଧିକାଂଶ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇ ଥାଆନ୍ତି । ସୋସିଆଲ ମିଡିଆର ମଧ୍ୟ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଥାଏ । ସେହି ଭିିଡିଓକୁ ଦେଖି ଅନେକ ସମୟରେ ଭୟଭୀତ ଲାଗିଥାଏ । ନିକଟରେ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଭୟଙ୍କର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯାହା ଏବେ ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଜଣେ ମହିଳାଙ୍କୁ ଦୌଡି କରି ରାସ୍ତା ପାର୍‌ କରୁଥିବା ଦେଖାଯାଉଛି । ମାତ୍ର ମହିଳାଙ୍କ ଜୀବନ ରକ୍ଷା କରିବାକୁ ଯାଇ ସେହି ସମୟରେ ଏକ ଅଟୋ ରାସ୍ତା କଡକୁ ଓଲଟି ପଡୁଛି । ଏହି ଭିଡିଓକୁ ଭାଇରାଲ କରିବାର ଅନ୍ୟ ଏକ କାରଣ ଜଣେ ଯୁବତୀ । ଯେ କି ନିଜର ସାହସର ପରିଚୟ ଦେଇଛନ୍ତି । ଯୁବତୀଙ୍କ ସାହସିକତା ଦେଖି ସଭିଏଁ ତାଙ୍କୁ ପ୍ରଶଂସା କରିଛନ୍ତି ।


ଭାଇରାଲ ହେଉଥିବା ଏହି ଭିଡିଓ କର୍ଣ୍ଣାଟକର ମେଙ୍ଗଲୋରର ବୋଲି କୁହାଯାଉଛି । ଏଠାରେ ରାସ୍ତାରେ ଜଣେ ମହିଳା ତରବରିଆ ଭାବେ ରାସ୍ତା ପାର୍‌ କରୁଥିବା ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଏକ ଅଟୋ ବ୍ରେକ୍‌ ମାରିବା ପରେ ରାସ୍ତା କଡକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍‌ କରୁଥିବା ମହିଳା ମଧ୍ୟ ଅଟୋ ତଳେ ଦବି ହୋଇ ରହିଛନ୍ତି । ଅଟୋ ଓଲଟିବା ସମୟରେ ସେଥିରେ ଯାତ୍ରୀ ମଧ୍ୟ ଥିଲେ । ଅଟୋ ଓଲଟିବା ଦେଖି ଲୋକେ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେହି ସମୟରେ ଜଣେ ଯୁବତୀ ଦୌଡି ଯାଇ ଅଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..

- Advertisement -

ଏହି ଦୁର୍ଘଟଣାରେ ଆହତ ହୋଇଥିବା ମହିଳା ନିଜ ଝିଅକୁ ଟିୟୁସନରୁ ଆଣିବାକୁ ଯାଉଥିଲେ ବୋଲି ଜଣାପଡିଛି । ମାତ୍ର ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ମାଆଙ୍କୁ ଆହତ ଅବସ୍ଥାରେ ଦେଖି ଝିଅ ଦୌଡି ଆସି ସମ୍ପୂର୍ଣ୍ଣ ସାହସର ସହ ଅଟୋକୁ ଉଠାଉଛନ୍ତି । ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଝିଅକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories