www.samajalive.in
Saturday, December 6, 2025
23.1 C
Bhubaneswar

ପଞ୍ଚମା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

ଗୋପାଳପୁର:ପୂଜା କରୁଥିବା ଗଣେଶଙ୍କ ମୂର୍ତ୍ତିକୁ ପୋଖରୀରେ ବିସର୍ଜନ ସାରି ସମସ୍ତେ ଘରକୁ ଫେରିବା ପରେ ଦୁଇ ନାବଳକ ସାଙ୍ଗ ପୁଣି ପୋଖରୀକୁ ଗାଧୋଇ ବାକୁ ଯାଇ ସେଠାରେ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଦୁଃଖର ଛାୟା ଖେଳାଇଦେଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଧୋବା ସାହିରେ ଜଣଙ୍କ ଘରେ ପୂଜା ପାଉଥିବା ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପାତାଳେଶ୍ବର ପୋଖରୀରେ ବିସର୍ଜନ କରିବାକୁ ସାହିର କିଛି ଲୋକଙ୍କ ସହ କିଛି ନାବାଳକ ମଧ୍ୟ ଯାଇଥିଲେ। ପୋଖରୀରେ ମୂର୍ତ୍ତି ବିସର୍ଜନ ସାରି ସମସ୍ତେ ଘରକୁ ଫେରିଥିଲେ। କିନ୍ତୁ ଦୁଇ ସାଙ୍ଗ ପୁଣିଥରେ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ମୃତକ ଦୁଇଜଣ ହେଲେ ପଞ୍ଚାମା ବଡସାହି କୃଷ୍ଣ ପ୍ରଧାନଙ୍କ ୧୨ ବର୍ଷୀୟ ପୁଅ ସୈାମ୍ୟ ପ୍ରଧାନ ଏବଂ ବିନୋଦ ସେଠୀଙ୍କ ୧୧ ବର୍ଷର ପୁଅ ଆଦିତ୍ୟ  ସେଠୀ ବୋଲି ପୁଲିସ ସୂଚନା ଦେଇଛି।
ଘଟଣା ଘଟିବା ପରେ ଗାଁ ଲୋକ ଜାଣିପାରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୋଖରୀରୁ ଉଦ୍ଧାର କରିବା ସହ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ହସଖୁସିରେ ଫାଟି ପଡ଼ୁଥିବା ଗାଁରେ ନୀରବତ ଛାଇ ଯାଇଛି। ଉଭୟେ ଗୋଳନ୍ଥରା ସ୍ଥିତ ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୬ଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡିଛି।
ଘଟଣା ଘଟିବା ଜଣାପଡିବା ପରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପକ୍ଷରୁ ତାଙ୍କର କିଛି କର୍ମୀଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଯିବା ସହ କନିଷି ତହସିଲଦାର କବିରାଜ ପ୍ରଧାନ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ମୃତଦେହ ବ୍ୟବଚ୍ଛେଦ ପୂର୍ବକ ଉଭୟ ପରିବାରକୁ ଶବ ହସ୍ତାନ୍ତରର ବ୍ୟବସ୍ଥା କରାଇଥିଲେ। ଏହା ସହ ଉଭୟ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବା ସହ ରେଡକ୍ରସ ପାଣ୍ଠିରୁ ମଧ୍ୟ ସହାୟତା ପ୍ରଦାନ ରାଜ୍ୟ ସରକାରଙ୍କ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଘଟଣା ନେଇ ଗୋଳନ୍ଥରା ଥାନାରେ ୪୦,୪୧/୨୪ ରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories