www.samajalive.in
Saturday, December 6, 2025
19.1 C
Bhubaneswar

ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପର ଦେଇ ପ୍ରାୟ ୫ ରୁ ୧୦ ଫୁଟ ଉଚ୍ଚରେ ଜଳ ପ୍ରବାହିତ

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜିଲାର ପୋଟେରୁ ଗ୍ରାମରେ ବନ୍ୟା ଯୋଗୁଁ ଲୋକେ ଘରର ଛାତ ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ଜିଲାର ଏମ. ଭି-୭ ଗ୍ରାମରେ ଜଳ ଘେରରେ ଫସିଥିବା ୩ ଜଣ, ଏମ. ଭି- ଗ୍ରାମରେ ୭ ଜଣ ଓ ଏମ. ଭି-୪୦ ଗ୍ରାମର ୩ ଜଣ ଶ୍ରମିକଙ୍କୁ ଅଗ୍ନିଶ୍ରମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଜିଲ୍ଲାର ଏମ.ଭି-୦୭, କାଙ୍ଗୁରୁକୋଣ୍ଡା, ଏମ. ଭି-୯୦, କନ୍ୟାଶ୍ରମ, ପାଙ୍ଗାମ ଓ ଏମ. ଭି-୩୭ ପୋଲ ଉପର ଦେଇ ପ୍ରାୟ ୫ ରୁ ୧୦ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମାଲକାନଗିରି ଜିଲା ସଦର ମହକୁମା ସହ ମାଥିଲି, ଚିତ୍ରକୋଣ୍ଡା, କାଲିମେଳା ଓ ପଡ଼ିଆ ବ୍ଲକ ବିଛିନ୍ନ ହୋଇଛି ।

ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ମାଲକାନଗିରି ଠାରୁ ଜୟପୁର ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଏଥିସହ ଜିଲାର ବିଭିନ୍ନ ସ୍ଥାନରେ ଗଛ ଓ ପଥର ଖସି ପଡି ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୧ ଟି କଚ୍ଚା ଘର ଭାଙ୍ଗି ଥିବା ବେଳେ ବହୁ ଚାଷ ଜମି ଜଳମଗ୍ନ ହୋଇଛି। ଏହାବ୍ୟତୀତ ଜିଲାର ୮ ଟି ଗ୍ରାମ ଓ ମାଲକାନଗିରି ପୌର ପରିଷଦର ୩ ଟି ୱାର୍ଡର ପ୍ରାୟ ୧୭୦୦ ଲୋକଙ୍କୁ ୧୨ଟି ବନ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଛି । ପାଣି ଘେର ଫସି ରହିଥିବା ୫୩ ଜଣଙ୍କୁ ଅଗ୍ନିଶ୍ରମ ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

- Advertisement -

କୋରାପୁଟରୁ ଏକ ଓଡ୍ରାଫ ଦଳ ମାଲକାନଗିରିରେ ପହଞ୍ଚିଥିବା ବେଳେ ସମସ୍ତ ସରଞ୍ଜାମ ସହ ପୋଟେରୁ ଗ୍ରାମ ଗସ୍ତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ଜିଲାରେ ରେଡ ୱାର୍ନିଙ୍ଗ ଜାରି ହୋଇଛି। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି(ମଙ୍ଗଳବାର) ଅର୍ଥାତ୍ ୧୦.୦୯.୨୪ରେ ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ତତ୍ ସହିତ ଆସନ୍ତାକାଲି ଜିଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ ଶିକ୍ଷା ବନ୍ଦ ରହିବ। ରନ୍ଧା ଖାଦ୍ୟ ବଦଳରେ ଶିଶୁଙ୍କ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯିବ। ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ କର୍ମକ୍ଷେତ୍ରରେ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି ପ୍ରକାର ଜରୁରକାଳିନ ପରିସ୍ଥିତି ଉପୁଜିଲେ ତୁରନ୍ତ ସୁପରଭାଇଜର, ସିଡ଼ିପିଓ କିମ୍ବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ରନ୍ଧନ ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲାପାଳ ରାଜସ୍ବ ବେଦବର ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories