www.samajalive.in
Saturday, December 6, 2025
16.1 C
Bhubaneswar

ନୂଆଖାଇରେ ଶତାୟୁଙ୍କୁ ପ୍ରଣିପାତ ଜଣାଇଲେ ରାକ୍ସି ଗ୍ରାମବାସୀ

ନର୍ଲା: ରବିବାର ପଶ୍ଚିମ ଓଡ଼ିଶାବାସୀଙ୍କ ଅନାଦି କାଳରୁ ପ୍ରଚଳିତ ପବିତ୍ର ନୂଆଖାଇ ପର୍ବ। ସପ୍ତାହେ ପୂର୍ବରୁ ସଜବାଜରେ ଗାଁ ଗଣ୍ଡା ଉଛୁଳି ପଡୁଛି। ବିଶେଷ କରି ଏହା କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଚାଷୀମାନେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା କାରଣରୁ ଏହି ସମୟଟି ଏକ ଅଭାବର ସମୟ କହିଲେ ସତ୍ୟର ଅପଳାପ ହେବ ନାହଁ। ତଥାପି ଏହି ଅଭାବ ସମୟକୁ ଖାତିର ନକରି ନୁଆଁ ବସ୍ତ୍ର କିଣି, ନିତୀ ନିୟମ ପାଳନ କରି ଆଜି ଭାବର ବନ୍ଧନରେ ବାନ୍ଧି ହୋଇଛନ୍ତି ପଶ୍ଚିମ ଓଡିଶାବାସୀ। ଏହି ଅବସରରେ ନର୍ଲାର ସମସ୍ତ ପୁରପଲ୍ଲୀରେ ଉତ୍ସାହ ଦେଖିବାକୁ ମିଳିଛି। ଭାପୁର ପଞ୍ଚାୟତ ରାକ୍ସି ଗ୍ରାମରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗ୍ରାମରେ ୧୯୧୬ ମସିହାରେ ଜନ୍ମିତ ୧୦୮ ବର୍ଷର ବୃଦ୍ଧ ପରମାନନ୍ଦ କୁମାରଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧିତ କରିବା ସହ ପ୍ରଣିପାତ ଜଣାଇ ଆଶିର୍ବାଦ ଭିକ୍ଷା କରିଛନ୍ତିି। ଆଜିବି ପରମାନନ୍ଦ ସୁସ୍ଥ ଓ ସ୍ବାଭାବିକ ଜୀବନଯାପନ କରୁଛନ୍ତି। ଗ୍ରାମର ଗୌନ୍ତିଆ ସମେତ ସମସ୍ତ ଭଦ୍ରବ୍ୟକ୍ତି ଓ ଆବାଳ ବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପରସ୍ପର ଭାବ ଆଦାନ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories