www.samajalive.in
Friday, December 5, 2025
26.1 C
Bhubaneswar

ଓଡ଼ିଶାର ପ୍ରଥମ ମାନସିକ କଲ୍ୟାଣ କେନ୍ଦ୍ର ଉଦଘାଟିତ, ଆର୍ଥିକ ଅନଗ୍ରସରଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର : ପାତ୍ରପଡା ଆଦର୍ଶ ହୋମଠାରେ ଆଜି ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମାନସିକ ରୋଗୀଙ୍କ ଚିକିତ୍ସା କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ  ସାରା ଭାରତ ବର୍ଷରେ ଲୋକାଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ । ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହାସହ ଏଠାରେ ସୁଲଭ ମୂଲ୍ୟରେ  ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି । ଭାରତବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସା କରାଯାଇଥାଏ ।

- Advertisement -

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅମ୍ରିତ ପଟ୍ଟଯୋଶୀ, ନ୍ୟୁରୋ ସାଇକ ଆର୍ଟିଷ୍ଟ, ସମ୍ମାନିତ ଅତିଥି ଅଭିନେତା ବାବୁସାନ, ନ୍ୟୁରୋ ସାଇକ ଆର୍ଟିଷ୍ଟ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ପ୍ରତିଷ୍ଠାତା  ଗୁରୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇଥିଲା। ମାନସିକ ରୋଗୀଙ୍କ ପାଇଁ ଏହା ଏକ ସୁରକ୍ଷା ଜୋନ ଭାବେ କାମ କରିବ ବୋଲି ମୁଖ୍ୟ ଅତିଥି ପ୍ରଫେସର ଶ୍ରୀ ପଟ୍ଟଯୋଶୀ କହିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଶ୍ରୀ ମହାନ୍ତି କହିଥିଲେ କି ଏମିତି ଏକ ଜାଗା ନିହାତି ଆବଶ୍ୟକ । ଏଭଳି ଏକ ସେଣ୍ଟର ସହ ଯୋଡି ହୋଇଥିବାରୁ ସେ ନିଜ ଖୁସି ବ୍ୟକ୍ତି କରିଥିଲେ । ଅନ୍ୟପଟେ ଶ୍ରୀ ମିଶ୍ର କହିଥିଲେ ଯେ ‘ଆପଣମାନଙ୍କ ପାଖରେ କେହି ନଥିଲେ ଆଦର୍ଶ ହୋମର ସାହାଯ୍ୟ ନେଇପାରିବେ’ । ସୂଚନାଯୋଗ୍ୟ ମିଡ଼ିଆ ପ୍ଲାନର ମାର୍କେଟିଂ ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି ଏହାର ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଉଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories