www.samajalive.in
Tuesday, December 9, 2025
17.1 C
Bhubaneswar

କେନ୍ଦୁଝର ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଗିରଫ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦୁଝର ଜେଲର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ। ଏହାପୂର୍ବରୁ ସେ ପୂର୍ବରୁ ଝାରପଡା ଜେଲରେ ଅଧୀକ୍ଷକ ରହିଥିଲେ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷକଙ୍କ ଘରେ ଶୁକ୍ରବାର ଭିିଜିଲାନ୍ସ ଚଢାଉ କରିଥିଲା। ଅମାପ ସମ୍ପତ୍ତିର ହିସାବ ଦେଇନପାରିବାରୁ ସତ୍ୟପ୍ରକାଶଙ୍କୁ ଭିଜିଲାନ୍ସ ଗିରଫ କରିଛି। ସତ୍ୟପ୍ରକାଶ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିବା ନେଇ ଭୁବନେଶ୍ୱର ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଜଜ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ କେନ୍ଦୁଝର ଜିଲା କାରାଗାର ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ସ୍ଥିତ ଘର, ଖଣ୍ଡଗିରି ଥାନା ସିଦ୍ଧଇ ବିହାର ସ୍ଥିତ ପୈତୃକ ବାସଭବନ, ଝାରପଡା ସ୍ଥିତ ସରକାରୀ ବାସଭବନ ଏବଂ ଭଦ୍ରକ ଜିଲା ଧୁଷୁରୀ ଥାନା ଅଧିନ ନରସିଂହପୁର ସ୍ଥିତ ପୈତୃକ ବାସଭବନ ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢାଉ ହୋଇଥିଲା। ଚଢାଉ ବେଳେ ୪ଦାମୀ ପ୍ଲଟ, ରାଜଧାନୀରେ ୪ମହଲା କୋଠା, ପୁଳା ପୁଳା ମୋବାଇଲ୍‌‌ ଫୋନ୍‌‌, ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ୬ଲକ୍ଷ ୨୪ହଜାର ଟଙ୍କା, ୧୪ଲକ୍ଷ ୪୬ହଜାର ଟଙ୍କାର ଘରୋଇ ଆସବାପତ୍ର, ୧୦ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ଗୋଟିଏ କାର ଓ ମୋଟର ବାଇକ ଠାବ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories