ଡେସ୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ଟିକସ ହେରଫେର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ହଣ୍ଟର ବାଇଡେନ ୨୦୧୬ରୁ ୨୦୧୯ ମଧ୍ୟରେ ଜାଣିଶୁଣି ୧.୪ ନିୟୁତ ଡଲାର ଆୟକର ଖିଲାପ କରିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।
ବିଚାରପତି ମାର୍କ ସ୍କର୍ସି କହିଛନ୍ତି ଯେ ଅପରାଧ ସ୍ୱୀକାର କରିବା ପରେ ହଣ୍ଟର ବାଇଡେନଙ୍କୁ ସର୍ବାଧିକ ୧୫ ବର୍ଷ ଜେଲ୍ ଦଣ୍ଡ ଏବଂ ୫ ଲକ୍ଷ ଡଲାରରୁ ୧ ନିୟୁତ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଆମେରିକା ରାଷ୍ଟ୍ରପତି ନିର୍ବାଚନର ମାତ୍ର ଏକ ମାସ ପରେ ଏବଂ ଜୋ ବାଇଡେନ୍ ରାଷ୍ଟ୍ରପତି ପଦ ଛାଡିବାର ଏକ ମାସ ପୂର୍ବରୁ ଡିସେମ୍ବର ୧୬ ତାରିଖରେ ହଣ୍ଟର ବାଇଡେନଙ୍କୁ ଦଣ୍ଡାଦେଶ ଦିଆଯିବ।
ତିନି ମାସ ତଳେ ହଣ୍ଟର ବାଇଡେନ ବନ୍ଧୁକ ରଖିବା ଏବଂ ନିଶା ଦ୍ରବ୍ୟ ସେବନ ସହ ଜଡିତ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଥର ପାଇଁ କୌଣସି ଆମେରିକା ରାଷ୍ଟ୍ରପତିଙ୍କ ପୁଅ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।



