www.samajalive.in
Saturday, December 6, 2025
16.1 C
Bhubaneswar

କବାଟ ତାଡ଼ି ଦୁଇ ଘରୁ ଲକ୍ଷାଧିକ ଟଙ୍କା, ଅଳଙ୍କାର ଲୁଟ୍‌

ପାତ୍ରପୁର: ଜରଡା ଥାନା ଖାରିଆ ଗୁଡ଼ା ଫାଣ୍ଡି ଅନ୍ତର୍ଗତ ହୁକୁମା ଗ୍ରାମରେ ଗତକାଲି ରାତିରେ ୨ଟି ଘରୁ ଲୁଟ୍‌ ହୋଇଛି। ଗ୍ରାମର ପ୍ରଦୀପ ପ୍ରଧାନ ଏବଂ ସୁବାଷ ପ୍ରଧାନଙ୍କ ପରିବାର ଲୋକମାନେ ଶୋଇଥିବା ବେଳେ ବାଡି କବାଟ ତାଡ଼ି ଚୋରମାନେ ଘରୁ ଚୋରି କରିଥିବା ଜାଣିବାକୁ ପାଇଥିଲେ। ପ୍ରଦୀପ ଏଲଆଇସିରୁ ଉଠାଇ ରଖିଥିବା ଦେଢ଼ ଲକ୍ଷ ଟଙ୍କା, ଦୁଇ ଭରି ସୁନା, ବାର ଭରି ରୁପା ସହିତ ବିଭିନ୍ନ ଦରକାରୀ କାଗଜ ପତ୍ର ଚୋରି କରିଥିବା ତାଙ୍କ ପତ୍ନୀ ଲତା ପ୍ରଧାନ ଖାରିଆ ଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସେହିପରି ସୁବାସ ପ୍ରଧାନଙ୍କ ପ୍ରାୟ ପାଞ୍ଚ ହଜାର ଟଙ୍କା ସହ କିଛି ପିତଳ ବାସନ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ସମୀର ଜୟସିଂ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories